ଏବେ ମଧ୍ୟ ପୂଜା ପାଉଛି ବ୍ରିଟିଶ ଅମଳର ଟ୍ରକ

ବଲାଣି: ଏବେବି ପୂଜା ପାଉଛି ବ୍ରିଟିଶ ଅମଳର ଟ୍ରକ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ  ଲାଗୁ ଥିଲେ ହେଁ ଏହା ସତ୍ୟ । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ ପ୍ରତ୍ୟେକ ବର୍ଷ କେନ୍ଦୁଝର ଜିଲ୍ଲାର ବଲାଣି ଖଣି ଡାକ୍ତରଖାନା ସମ୍ମୁଖରେ ରଖାଯାଇଥିବା ଏହି ପୁରୁଣା ଗାଡିଟି ଏକ ଶିଖ ପରିବାର ଦ୍ୱାରା ପୂଜା ପାଇଅସୁଅଛି। ପ୍ରତ୍ୟେକ ବର୍ଷ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ ଏହି ଗାଡିଟିକୁ ପୂଜା କରିଥାନ୍ତି ଏକ ଶିଖ ପରିବାର। ବଡ଼ବିଲ ଅଂଚଳର ଗୁରୁଚରଣ ସିଂଙ୍କ ପରିବାର ପ୍ରତ୍ୟେକ ବର୍ଷ ଗାଡି ନିକଟରେ ପହଂଚି ଏହାକୁ ପାଣିରେ ସଫା କରି ଫୁଲ ଝାଲରରେ ସଜାଇ ପୂଜା କରିଥାନ୍ତି। ୧୯୩୯ ମସିହାରେ ଫୋର୍ଡ କମ୍ପାନୀ ଦ୍ୱାରା ନିର୍ମିତ ଡୋଜ ମଡେଲର ଏହି ଟ୍ରକଟି ବର୍ଷ ବର୍ଷ ଧରି ସେବା ପ୍ରଦାନ କରିବା ପରେ ଯନ୍ତ୍ରାଂଶ ମିଳୁ ନ ଥିବାରୁ ଏହା ଏବେ କାର୍ଯ୍ୟକ୍ଷମ ହୋଇ ରହିନାହିଁ ତେବେ ଶିଖ ପରିବାର ଏହି ଗାଡିଟିକୁ କୌଣସି କବାଡ଼ି ବାଲାଙ୍କୁ ବିକ୍ରି ନ କରି ବରଂ ବର୍ଷ ବର୍ଷ ଧରି ସେବା ପାଇବା ପରେ ଏବେ ଉକ୍ତ ଅକାମି ଗାଡି ଟିକୁ ପୂଜା କରିଆସୁଛନ୍ତି। ୧୯୩୯ ରେ ନିର୍ମିତ ଏହି ଟ୍ରକଟିକୁ ଗୁରୁଚରଣ ସିଂହଙ୍କ ଜେଜେ ବାପା ପାଲ ସିଂହ କିଣି ଥିବା ବେଳେ ସେବେ ଠାରୁ ଏହା ବଲାଣି ଲୌହ ଖଣିରେ ଚାଲୁ ଥିଲା ପରେ ଏହି ଗାଡି ଟିକୁ ତାଙ୍କ ପୁଅ ଲାଖା ସିଂହ ଦେଖା ଶୁଣା କରୁଥିଲେ । ପରେ ଏହି ଗାଡି ଆଉ ଚାଲିବା ଯୋଗ୍ୟ ନ ରହିବାରୁ ତାକୁ ଏକ ସୁରକ୍ଷିତ ଜାଗାରେ ଲାଖା ସିଂହ ରଖି ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜାରେ ପୂଜା କରି ଆସୁଥିଲେ । ତେବେ ଗତ ବର୍ଷ ଲାଖା ସିଂହ ଙ୍କ ପରଲୋକ ହେବା ପରେ ଏହି ପରମ୍ପରାକୁ ବଜାୟ ରଖିଛନ୍ତି ତାଙ୍କ ପରିବାର । ଗୁରୁଚରଣଙ୍କ କହିବା ମୁତାବକ ଏହା ଏକ ପୁରୁଣାକାଳିଆ ଗାଡି ହୋଇଥିବାରୁ ଏହି ଗାଡିଟିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବାକୁ ଅନେକ ପ୍ରସ୍ତାବ ଆସିଥିଲେ ସୁଦ୍ଧା ଏହି ଟ୍ରକଟି ତାଙ୍କର ପରିବାରର ପରିଚୟ ହୋଇଥିବାରୁ ସେ ପ୍ରତ୍ୟେକ ଥର ଟ୍ରକଟିକୁ ବିକ୍ରି କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

Comments are closed.