ବଲାଣି ଖଣିରେ ଦୁର୍ଘଟଣା ଘଟି ଠିକାଶ୍ରମିକ ମୃତ, କ୍ଷତି ପୂରଣ ଦାବି ନେଇ ଉତ୍ତେଜନା ପରେ ମୃତକର ପରିବାରରୁ ସ୍ଥାୟୀ ନିଯୁକ୍ତି ଦେଲା ସେଲ

ବଲାଣି : କେନ୍ଦୁଝର ଜିଲାର ବାଲାଣି ସ୍ଥିତ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଠିକା କର୍ମଚାରୀ କାଳିଚରଣ ଦାସ ( ୪୫ )କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ ଯୋଗୁଁ ବଲାଣି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ କାଳିଚରଣ ବାଲାଣି ସେଲ୍ କମ୍ପାନୀରେ ୱାସିଂ ପ୍ଲାଣ୍ଟରେ ଠିକା ଶ୍ରମିକ କର୍ଯ୍ୟକରନ୍ତି, ଆଜି ସକାଳ ସମୟ ଘ ୫ .୩୦ କାର୍ଯ୍ୟରତ ଅବସ୍ଥାରେ ସେ ଏକ ଉଚ୍ଚ ସ୍ଥାନରୁ ପଡ଼ିଯାଇଥିଲେ ଓ ତାଙ୍କସାଙ୍ଗରେ କର୍ଯ୍ୟକରୁଥିବା ସାଥିମାନେ ତୁରନ୍ତ ତାଙ୍କୁ ବଲାଣି ସ୍ଥିତ ସେଲ୍ ହସ୍ପିଟାଲକୁ ନେବା ସହ କାଳିଚରଣଙ୍କ ଘରକୁ ସୂଚନା ଦେଇଥିଲେ।

କାଳିଚରଣଙ୍କ ସ୍ତ୍ରୀ ସବିତା ଦାସ (୩୭),ନାବାଳକ ପୁତ୍ର ଶିବ ଦାସ ( ୧୪ )ଓ ତାଙ୍କ ସମ୍ପର୍କୀୟ ତୁରନ୍ତ ସେଲ୍ ହସ୍ପିଟାଲ୍ କୁ ଯାଇ କାଳିଚରଣ ସଙ୍ଗେ କଥା ବାର୍ତ୍ତା ହୋଇଥିଲେ ଏବଂ କିଛି ସମୟପରେ କାଳିଚରଣ ଉକ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ ହୋଇଥିଲା, ଯାହାକୁ ନେଇ ପରିବାରବର୍ଗ ଓ କର୍ମଚାରୀ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ହୋଇଥିଲା । ସକାଳ ୬ଟ। ରୁ ଦିବା ୧୦ଟା ଯାଏଁ ସେଲ କତ୍ତୃପକ୍ଷ କୌଣସି ନିଷ୍ପତି ନ ନେବା ଯୋଗୁଁ ସମସ୍ତ ଠିକାକର୍ମଚାରୀ ଓ ସ୍ଥାନୀୟ ଶ୍ରମିକ ସଂଘ ପକ୍ଷରୁ ସେଲ ଫାଟକ ପାଖରେ ଧାରଣା ଦେଇ ସେଲ କତ୍ତୁପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ପ୍ରାୟ ୩ ଘଣ୍ଟା ପରେ ମୃତ ଶ୍ରମିକଙ୍କ ପରିବାରର ସଦସ୍ୟକୁ ଚାକିରି ଦେବାର ଏକ ଲିଖିତ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଖଣିରେ ଖଣି ସୁରକ୍ଷାକୁ ଅବହେଳା କରି ଅସୁରକ୍ଷିତ ଢଙ୍ଗରେ କର୍ମଚାରୀଙ୍କୁ କାର୍ଯ୍ୟ ନିୟୋଜିତ କରିବାକୁ ବାଧ୍ୟ କରାଯାଉଛି ବୋଲି ଠିକା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

Comments are closed.