ବୀମା ରାଶି ଓ ସହାୟତା ଦାବିରେ ଚାଷୀଙ୍କ ରାସ୍ତାରୋକ

ବଲାଙ୍ଗୀର : ବକେୟା ବୀମା ରାଶି ଓ ସହାୟତା ଦାବିରେ ବଲାଙ୍ଗୀର ଜିଲା ଦେଓଗାଁ କଲେଜ ଛକରେ ଶୁକ୍ରବାର ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି  । ୨ ବର୍ଷର ବକେୟା ବୀମା ରାଶି ଓ ସହାୟତା ପାଇବା ଦାବିରେ ଚାଷୀମାନେ ଏହି ରାସ୍ତାରୋକ କରିଛନ୍ତି । ଏହାଫଳରେ ବଲାଙ୍ଗୀର – ଟିଟିଲାଗଡ଼ ମଧ୍ୟରେ ସମସ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ରହିଛି ।

Comments are closed.