ଭିଜିଲାନ୍ସ ଜାଲରେ କିରାଣୀ

ବଲାଙ୍ଗୀର : ବଲାଙ୍ଗୀର ଡ଼ିଏଫଓ କାର୍ଯ୍ୟାଳୟ କିରାଣୀ କାଳିନ୍ଦୀ ଚରଣ ଭୂୟାଁକୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଭୋଇପାଲି ଓ କନହେଇମୁଣ୍ଡାର ୬ ଜଣ ଚାଷୀଙ୍କ ଠାରୁ ଗଛକଟା ଅନୁମତି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଚଢଉ କରିଥିଲେ। ବଲାଙ୍ଗୀର ସାଲେପଲି ଠାରେ ଥିବା ଶ୍ରୀ ଭୂୟାଁଙ୍କ ଘରେ ମଧ୍ୟ ଚଢଉ କରାଯାଇଛି।

Comments are closed.