ନିଆଁ ଲାଗି ଘର ସହ ବାଇକ ଜଳିଗଲା

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର ଗ୍ରାମର ଲବ ରାଉତଙ୍କ ଘରେ ନିଆଁ ଲାଗି ତାଙ୍କ ଦୁଇ ବଖରା ଘର ସହ ବାଇକ ଜଳି ଛାରଖାର ହୋଇଯାଇଛି। ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ତିନିଟା ବେଳେ କୌଣସି କାରଣରୁ ଲବଙ୍କ ଘରେ ନିଆଁ ଲାଗିଯାଇଥିଲା। ଘର ସମ୍ପୁର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ବଲାଙ୍ଗିର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଚାଉଳ, ଡାଲି, ବସ୍ତ୍ର ସହ ନଗଦ କିଛି ଟଙ୍କା ଜଳି ପୋଡି ପାଉଁଶ ହୋଇଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ରେବତୀ ନାଏକ ସେମାନଙ୍କ ପାଇଁ ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ଭାବେ ରଖି ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟର ମଧ୍ୟ ସୁବିଧା କରିଥିବା ଜଣାପଡ଼ିଛି।

Comments are closed.