ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଘର ଭିତରୁ ନାବାଳିକା ଉଦ୍ଧାର

ତାଙ୍କ ବାପା କିରୋସିନି ଢାଳି ପୋଡ଼ି ଦେଇଥିବା ପୀଡ଼ିତାଙ୍କ ମାମୁଙ୍କ ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ଡେବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଏକ ଘର ଭିତରୁ ଅର୍ଦ୍ଧଦଗ୍ଧ ଓ ଗୁରୁତର ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି। ପଡୋଶୀ ଉକ୍ତ ନାବାଳିକାର ଚିତ୍କାର ଶୁଣି ଉଦ୍ଧାର କରିଛନ୍ତି। ନାବାଳିକାକୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ନାବାଳିକାକୁ ତାଙ୍କ ବାପା କିରୋସିନି ଢାଳି ପୋଡ଼ି ଦେଇଥିବା ପୀଡ଼ିତାଙ୍କ ମାମୁଙ୍କ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.