ଓଡ଼ିଶା ସରକାରଙ୍କୁ କେଏସସିସିର ଅନୁରୋଧ; ନୂଆଁଖାଇ ସମୟରେ କୌଣସି ବିଭ୍ରାଟ କର ନାହିଁ

ବଲାଙ୍ଗିର: କୋଶଳାଞ୍ଚଳର ଗଣପର୍ବ ନୂଆଁଖାଇ। କୋଶଳାଞ୍ଚଳର ୨କୋଟି ଲୋକଙ୍କ ଭବପ୍ରବଣତା ସହ ନୂଆଁଖାଇ ଜଡିତ। ତେଣୁ ନୂଆଁଖାଇ ପାଳନ ସମୟରେ କୋଭିଡ-୧୯ କଟକଣା ଆଳରେ ପ୍ରଶାସନ କୌଣସି ବ୍ୟାଘାତ ସୃଷ୍ଟି ନକରୁ। ଏହି ପର୍ବ ପାଳନ କରିବାରେ ସହଯୋଗ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି।

ଉପକୂଳ ଓଡ଼ିଶାରେ ରଜ ଉତ୍ସବ ପାଳନ ପାଇଁ ଓଡ଼ିଶା ସରକାର ପ୍ରସ୍ତାବିତ ସଟଡାଉନ୍ ସମୟରେ ମଧ୍ୟ ଅନେକ ପ୍ରକାର ରିହାତି ଦେଇଥିଲେ। ତେଣୁ ନୂଆଁଖାଇ ସମୟରେ ମଧ୍ୟ ରାଜ୍ୟ ସରକାର କୋଶଳାଞ୍ଚଳର ଲୋକଙ୍କୁ ଆବଶ୍ୟକ ରିହାତି ଦେବା ସହ ଏହି ପର୍ବ ପାଳନ ପାଇଁ ସହଯୋଗ କରିବାକୁ କହିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଏଥିସହିତ ସମିତି ଦର୍ଶାଇଛି ଯେ, ରାଜ୍ୟ ସରକାର ସବୁବେଳେ କୋଶଳାଞ୍ଚଳକୁ ଆଞ୍ଚଳିକ ବୈଷମ୍ୟର ଶିକାର କରି ଆସିଛନ୍ତି। ଉପକୂଳ ଓଡ଼ିଶାର ପର୍ବ ପର୍ବାଣୀକୁ ରାଜ୍ୟ ସରକାର ଯେଉଁ ଭଳି ସମ୍ମାନ ଓ ପ୍ରୋତ୍ସାହନ ଦେଇଛନ୍ତି, ସେହିପରି କୋଶଳାଞ୍ଚଳର ପର୍ବ ପର୍ବାଣୀକୁ ପ୍ରୋତ୍ସାହନ ଦିଆଯାଉ ନାହିଁ। ତେଣୁ କୋଶଳାଞ୍ଚଳର ଲୋକଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ମନୋଭାବକୁ ନେଇ ଅସନ୍ତୋଷ ରହି ଆସିଛି। ତେଣୁ ନୂଆଁଖାଇ ଭଳି ପର୍ବର କ୍ଷତି କଲା ଭଳି କୌଣସି ପଦକ୍ଷେପ ରାଜ୍ୟ ସରକାର ନିଅନ୍ତି ତା’ହେଲେ କୋଶଳାଞ୍ଚଳର ଲୋକେ କ୍ଷମା ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି କେଏସସିସିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଓ ସାଧାରଣ ସଂପାଦକ ସୁନୀଲ ପୁରୋହିତ। ଏଥିସହିତ ନୂଆଁଖାଇ ପାଳନ ପାଇଁ ୪ ଦିନ ପୂର୍ବରୁ ଓ ୨ ଦିନ ପରେ ପ୍ରଶାସନିକ କଟକଣାରେ କୋହଳ କରିବା ପାଇଁ କେଏସସିସିର ଦାବି କରିଛି ।

Comments are closed.