ବଡବାବୁ ଛୁଟିରେ, ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ହରଭଙ୍ଗା : ହରଭଙ୍ଗା ବ୍ଲକର କାର୍ଯ୍ୟରତ ସେକ୍ସନ ଅଫିସର(ବଡବାବୁ) ଗତ ବୁଧୁବାର ଠାରୁ ଛୁଟିରେ ରହିଛନ୍ତି। ଫଳରେ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ ବଡବାବୁ ରାଜଗୋପାଳ ମହାପାତ୍ରଙ୍କ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏଷ୍ଟାବ୍ଲିସମେଣ୍ଟ ଅଫିସର ଭାବେ ପଦୋନ୍ନତି ହୋଇଛି । ଅଫିସ ବିଳମ୍ବରେ ପହଞ୍ଚିବା ଘଟଣାକୁ କେନ୍ଦ୍ରକରି ବଡବାବୁଙ୍କୁ ବିଡିଓ କୁଆଡେ ତାଗିଦ୍ କରିଥିଲେ। ଏହାକୁ ନେଇ ବଡବାବୁ ଛୁଟିରେ ଥିବା କୁହାଯାଉଛି। ଫଳରେ ରାଜସ୍ୱ କିରାଣୀ ରବିନ ମଲ୍ଲିକଙ୍କୁ ଅତିରିକ୍ତ ବଡବାବୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି। ଜଣେ କିରାଣୀଙ୍କୁ ବ୍ଲକ ଭଳି ଅଫିସରେ ତିନି ତିନିଟି ବିଭାଗର ଦାୟିତ୍ୱ ହସ୍ତାନ୍ତର ପରେ ସେ ବଡବାବୁ ଦାୟିତ୍ୱ କିପରି ତୁଳାଇବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି। ଏ ସର୍ମ୍ପକରେ ରାଜଗୋପାଳ ମହାପାତ୍ରଙ୍କୁ ପଚାରିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଛୁଟିରେ ଥିବା କହିଥିଲେ। ବିଡିଓଙ୍କ କ’ ଣ କହିଲେ କି ପଚାରିବାରୁ ସେ ନିରୁତ୍ତର ରହିଥିଲେ। ଏ ସର୍ମ୍ପକରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କୁ ପଚାରିବା ପାଇଁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ନଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.