ଏଫ୍ଏଚଡି ଇଣ୍ଡିଆର ପ୍ରତିଷ୍ଠା ଦିବସ

ବଲାଙ୍ଗିର : ସ୍ଥାନୀୟ ଜିଲା ସାମ୍ବାଦିକ ଭବନରେ ଏଫ୍ଏଚ୍ଡି ଇଣ୍ଡିଆର  ୨୮ ତମ ପ୍ରତିଷ୍ଠା ଦିବସ ତଥା ମଣିଷ ଚାଲାଣ ଓ ବଲାଙ୍ଗିରରେ ଗ୍ରାମ୍ୟ ରୋଜଗାର ବିଷୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଫ୍ଏଚଡି ଇଣ୍ଡିଆର ଉପସଭାପତି ସରୋଜ ଛତ୍ରିଆଙ୍କ ପରିଚାଳନାରେ ଆୟୋଯିତ ଏହି ସଭାକୁ ଏଫ୍ଏଚଡି ଇଣ୍ଡିଆର ପ୍ରତିଷ୍ଠାତା ଓ ନିର୍ଦେଶକ ବିଲହନ୍ ସାଗର ସଭାକୁ ସଂଯୋଜନା କରିଥିଲେ। ଶିଳ୍ପବିହୀନ ବଲାଙ୍ଗିର ଜିଲାରେ କର୍ମ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ନଥିବା। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନଥିବାରୁ  ଲୋକେ ନିଜ ମାଟିରେ କାମଧନ୍ଦା ଅନ୍ୱେଷଣ କରିବା ବଦଳରେ ଅନ୍ୟ ରାଜ୍ୟକୁ ଯାଉଛନ୍ତି  । ନିଜ ଅଞ୍ଚଳରେ ମଧ୍ୟ ସମ୍ବଳକୁ ବିନିଯୋଗ କରି ଜଣେ ସ୍ୱାବଲମ୍ବୀ ହୋଇପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ବିଭିନ୍ନ ସରକାରୀ ଯୋଜନା ସତ୍ତ୍ବେ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି  । ଏହା ଉପରେ ସମସ୍ତେ ତର୍ଜମା କରିବାରେ ଆବଶ୍ୟକତା ରହିଛି ବୋଲି ବକ୍ତାମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଏକ୍ସନ କମିଟିର ଧୀରେନ୍ଦ୍ର ସିଂହଦେଓ, ଅଜୟ ବାଦୀ, ସାମ୍ବାଦିକ ରଘୁନନ୍ଦନ ସିଂହ, ସନ୍ଦୀପ କୁମାର କୁଅଁର, ବିଭୁ କଲ୍ୟାଣ ଗଡତ୍ୟା, ପଲ୍ଲୀ ଆଲୋକ ପାଠାଗାରର ହୀରାଲାଲ ମିଶ୍ର, ଜିତୁ ହନୁମାନ, ଶିକ୍ଷାବିତ୍ ମନୋଜ ମିଶ୍ର ନିଜ ବକ୍ତବ୍ୟରେ ଦାଦନ ଶ୍ରମିକ ଚାଲାଣକୁ ରୋକିବା ଦିଗରେ ସବୁ ସ୍ତରରେ ଏକ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏଫଏଚଡି ଇଣ୍ଡିିଆର ପ୍ରତିଷ୍ଠାତା ଓ ନିର୍ଦେଶକ ଶ୍ରୀ ସାଗର ଧନ୍ୟବାଦ ଦେଇଥିଲେ।

Comments are closed.