ପାନୀୟ ଜଳ ପ୍ରତିଶ୍ରୁତି ରଖିଲେ ସରପଞ୍ଚ

ବଲାଙ୍ଗିର : ବଲାଙ୍ଗିର ବ୍ଲକ ଚନ୍ଦନଭାଟି ପଞ୍ଚାୟତର ସାଲେପାଲି ଗାଁରେ ପାଣି ସମସ୍ୟା ଉତ୍କଟ। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ପାଣି ସମସ୍ୟା ଦୂର କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିଲେ। ତେବେ ଗତ ନିର୍ବାଚନରେ ବର୍ତ୍ତମାନର ଚନ୍ଦନଭାଟି ସରପଞ୍ଚ ପଙ୍କଜିନୀ ସାହୁ ଲୋକଙ୍କ ପାଣି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଉ ସରପଞ୍ଚ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ପାଣି ସମସ୍ୟାର ସ୍ଥାୟୀ ସମାଧାନ କରି ନଥିଲେ ମଧ୍ୟ ଟ୍ୟାଙ୍କର ଜରିଆରେ ଗାଁ ଲୋକଙ୍କୁ ପାଣି ଯୋଗାଇ ଦେଇଥିବା ଜଣାପଡିଛି। ଯାହାକୁ ନେଇ ଗାଁ ମହିଳାମାନେ ଖୁସି ଜାହିର କରିଛନ୍ତି। ସରପଞ୍ଚ ପ୍ରତିଶ୍ରୁତି ରଖିଲେ ବୋଲି କହିଛନ୍ତି।

Comments are closed.