ଲୋୟର୍ ସୁକତେଲ ଡ୍ୟାମ କାମ ଦେଖିଲେ ଜିଲାପାଳ

 

ବଲାଙ୍ଗିର: ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ କାମ ଜିଲା ପ୍ରଶାସନ ପକ୍ଷରୁ ପରିଦର୍ଶନ କରାଯାଇଛି। ଏହି ପରିଦର୍ଶନରେ ଜିଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ପୁନର୍ବାସ ଓ ଥଇଥାନ, ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଡ୍ୟାମ, ସ୍ପିଲୱେ ପାର୍ଶ୍ବ, କିଛି ଗାଁ ପରିଦର୍ଶନ କରିଛନ୍ତି। ନିର୍ମାଣଧୀନ ଡ୍ୟାମ କାମର ଅଗ୍ରଗତି ସଂପର୍କରେ ତଦାରଖ କରିଥିବା ବେଳେ ଅଧିକାରୀମାନେ ପ୍ରଭାବିତ ପରିବାରଗୁଡ଼ିକର ବିଭିନ୍ନ ସୁବିଧା, ଅସୁବିଧା ପଚାରି ବୁଝିଥିଲେ।

 

Comments are closed.