ଖର୍ଲିକାନି ସରକାରୀ ସ୍କୁଲରେ ଶିକ୍ଷକ ତାଲିମ ଶିବିର

ବଲାଙ୍ଗିର: ଖର୍ଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାଧା କେନ୍ଦ୍ର ସଂଯୋଜକ ଗୋପାଳଜୀ ଚୌଧୁରୀଙ୍କ ଆବାହକତ୍ୱରେ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଶିକାଛିଡ଼ା ପଞ୍ଚାୟତ ସରପଞ୍ଚ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ ବୁଡେକ, ଅକ୍ଷୟ ପାଢୀ, ହରେକୃଷ୍ଣ ରଥ, ସଂଯୁକ୍ତା ପାଣିଗ୍ରାହୀ ସମେତ ବହୁ ଅଭିଭାବକମାନେ ଯୋଗ ଦେଇଥିଲେ। ପ୍ରତାପପୁର ଗାଁ ଲୋକେ ଶିକ୍ଷକମାନଙ୍କର ସ୍କୁଲ ପ୍ରତି ଅବହେଳା କଥା ଅଭିଯୋଗ କରିଥିଲେ। ସରପଞ୍ଚ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଗ୍ରହ ଓ ଶ୍ରଦ୍ଧାର ସହ ଶିକ୍ଷାନାନ କରିବାକୁ ଅନୁରୋଧ କରିଥିଲେ। ଶିକ୍ଷକ ଶ୍ରୀ ରଥ କରୋନା ମହାମାରୀରେ ଭୁଷୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାରେ କେମିତି ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭାଷା ଶିକ୍ଷାଦାନ ଦିଆଯିବ ସେ ବିଷୟରେ କହିଥିଲେ।

Comments are closed.