କାନ୍ଦୁଛି ପେଟ, ଠିକଣା ଖୋଜୁଛି ପାଠ

ଘୁନସର : ଶିଶୁ ହସିଲେ ଦେଶ ହସିବ। ପରିବାର ବୋଲି କିଛି ନଥିବା ଓ ପେଟକୁ ମୁଠାଏ ଦେବା ପାଇଁ ଏମାନଙ୍କ ପାଇଁ କେହିନଥିବା ମନେ ହେଉଛି। ଖାଇବାକୁ ଅନ୍ନ ମୁଠାଏ ପାଇଁ ଅନେକ ରୂପରେ ଘୁରି ବୁଳୁଛନ୍ତି ଶିଶୁମାନେ। ଏଭଲି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ବରଗାଁରେ। ଏପରିକି ରାସ୍ତାକଡରେ ଥିବା ଆର୍ବଜନା ସ୍ଥଳରୁ କିଛି ପ୍ଲାଷ୍ଟିକ ସାମଗ୍ରୀ ସହିତ ଅନ୍ୟନ୍ୟା କୈାଣସି ଦ୍ରବ୍ୟ ପାଇଲେ ସଂଗ୍ରହ କରିନେଉଥିବା ଦେଖିବାକୁ ମିଲିଥିଲା। ପାଠ ଏମାନଙ୍କ ପାଇଁ ସାତ ସପନ ପାଲଟିଛି। ଆଜିର ଶିଶୁ କାଲିର ଭବିଷ୍ୟତ ନାରାଦେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଶିଶୁମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି। ହେଲେ ଶିଶୁ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବିକାଶ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟକରୁଛି। ଏ ଦିଗରେ ଜିଲ୍ଲା ଶ୍ରମ ବିଭାଗ କୈାଣସି ପଦକ୍ଷେପ ନେଉନଥିବା ରୁ ଏବେବି ବେସାହାରା ହୋଇ ବୁଲୁଛନ୍ତି ଯାଯାବର ଶିଶୁମାନେ। ଆଜିଦିନରେ ବ୍ୟବସାୟିକ ସମାଜରେ ବେସାହାରା ଶିଶୁମାନେ ଯେଭଳି ଭାବେ ମାନସିକ ଓ ଶାରୀରିକ ଶୋଷରେ ଶିକାର ହେଉଛନ୍ତି। ଏହା ନିଜ ଦୃଷ୍ଟିରେ ନଦେଖିଲେ ସହଜେ ଅନୁମେୟ ଅସମ୍ଭବ। ଏବେ ଦିନକୁ ଦିନ ଶିଶୁ ଶ୍ରମିକ ବଢିବାରେ ଲାଗିଲାଣି ହେଲେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି।ଏବେବି ସହରରେ ପ୍ରତି ହୋଟେଲ, ଦୋକାନ, ଚାଉଲ ଗୋଦାମରେ ଶିଶୁ ଶ୍ରମିକ ମାନେ ନିିୟୋଜିତ ହୋଇଛନ୍ତି। ନିଜ ପେଟ ତଥା ପରିବାର ଗୁୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟତାର ସହ ଶିଶୁମାନେ କାମ କରୁଛନ୍ତି। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଜିଲ୍ଲାର ଶ୍ରମ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ବିଭାଗିୟ ଅଧିକାରୀ ଦୁର୍ବଳ ମନୋଭାବ ଯୋଗୁଁ ଶିଶୁ ଶ୍ରମିକ ବଢିବାରେ ଲାଗିଛି। ଅନ୍ୟପଟେ ଏହି ଶିଶୁ ମାନେ ରାସ୍ତ କଡରେ ବୁଲୁଥିବାର ଆମପ୍ରତିନିଧି ଦେଖିବାକୁ ପାଇଥିଲେ। ତାଙ୍କ ସହ କଥା ବର୍ତ୍ତା ମଧ୍ୟ ହୋଇଥିଲେ। ସେମାନେ ହିନ୍ଦି ଭାଷାରେ କଥା ବର୍ତ୍ତା ହେବା ସହ ଫଟୋ ଉଠାଇବାକୁ ମନାକରିଥିଲେ। କାରଣ ପେଟ ପାଇଁ ଗାଁ ଗାଁ ବୁଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଛନ୍ତି। କାଳେ ପ୍ରଶାସନ ତାଙ୍କୁ ନେଇଜିବ ବୋଲି ମନା କରିଥିବା ତାହା କଥା ବର୍ତ୍ତାରୁ ଜଣାପଡିଥିଲା। ଏବଂ ଶୋଷମେଣ୍ଟାଇବା ପାଇଁ ରାସ୍ତ କଡରେ ଜାଉଥିବା ସମୟରେ ଏକ ପାଣି କଳଥିବା ଯୋଗୁ ପାଣି ପିଇବା ସହ ହାତରେ ଧରିଥିବା କିଛି ଖାଦ୍ୟ ସହ ଆମ୍ବ ଖାଉଥିଲେ। ଏହି ଯାଯାବର ମାନଙ୍କ ପାଇଁ ନା ତାଙ୍କ ମାଁ ବାପା ଅଛନ୍ତି ଯେ ଖାଇବାକୁ ଦେବେ। ଦୟନିୟ ଜୀବନ ବିତାଉଛନ୍ତି ଏହି କୁନି କୁନି ଶିଶୁମାନେ। ତେବେ ଏଥିରୁ ପ୍ରଶ୍ନଉଠେ ଯେ ଯାଯାବର ଶିଶୁମାନଙ୍କ ପାଇଁ ସରକାରଙ୍କ ତରଫରୁ ସୁବିଧା ସୁଯୋଗ ନାହିକିଁ। ତେବେ ଜିଲ୍ଲା ଶ୍ରମ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜିବି ମହଲରେ ଦାବି ହେଉଛି।

Comments are closed.