ବଲାଙ୍ଗିର ଜିଲା ଦୌରାଜଜ ନ୍ୟାୟାଳୟରୁ ଏସି କେବୁଲ ଚୋରି, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ଦୌରାଜଜ ନ୍ୟାୟାଳୟ ପରିସରରୁ ଏସି(ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର କେବୁଲ ଚୋରି ଘଟଣାରେ ସ୍ଥାନୀୟ ସହରାଞ୍ଚଳ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଗତ ୧ ତାରିଖ ରାତିରେ ଜିଲା ଦୌରାଜଜଙ୍କ ସହ ଅନ୍ୟାନ୍ୟ ନ୍ୟାୟାଳୟରେ ଲାଗିଥିବା ୫୦ଟି ଏସି କେବୁଲ ଚୋରି ହୋଇଥିବା ନେଇ ବୁଧୁବାର ଜିଲା ଦୌରାଜଜ ବଲାଙ୍ଗିର ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଜିଲା ଦୌରାଜଜ କୋର୍ଟର ସଫେଇ କର୍ମଚାରୀ ଭୀମସେନ ବାରିକ ଓ ସେହି ଏସି କେବୁଲକୁ କିଣିଥିବା ଅନ୍ୟଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.