ଆଇସିଏସସି ବୋର୍ଡ ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୧୦ମ ସ୍ଥାନରେ ବଲାଙ୍ଗୀର ଛାତ୍ର

ବଲାଙ୍ଗୀର : ବଲାଙ୍ଗୀର ଲିଟିଲ ଫ୍ଲାୱାର ସ୍କୁଲର ଛାତ୍ର ସୌମେଶ ଶୁଭମ ଷଡଙ୍ଗୀ ୨୦୧୮-୧୯ ଶିକ୍ଷା ବର୍ଷରେ ଆଇସିଏସସି ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖି ସର୍ବ ଭାରତୀୟସ୍ତରରେ ଦଶମ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସହରର ବ୍ରାହ୍ମଣପଡାର ବାସିନ୍ଦା ସଞ୍ଜୟ କୁମାର ଷଡଙ୍ଗୀ ଓ ସ୍ନିଗ୍ଧାରାଣୀ ରଥଙ୍କ ପୁଅ ହେଉଛନ୍ତି ସୌମେଶ। ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ନିଜର ପିତାମାତାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ସୌମେଶ। ସୌମେଶ ଜାତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଗଣିତ ବିଜ୍ଞାନ ଅଲମ୍ପିଆଡ ଓ ଟେଲେ ସର୍ଚ୍ଚରେ ଅନେକ ଥର ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଜିଲାସ୍ତରୀୟ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ବହୁବାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Comments are closed.