ବଲାଙ୍ଗୀର ଜିଲା ଓଜେୟୁର ସାଧାରଣ ପରିଷଦ ବୈଠକ

ଗୁଡ଼ଭେଲା /ସଇଁତଳା:  ବଲାଙ୍ଗୀର ଜିଲା ଓଜେୟୁର ସାଧାରଣ ପରିଷଦ ବୈଠକ ସଇଁତଳା ପଞ୍ଚାୟତ କାର୍ୟ୍ୟାଳୟ ପରିସରସ୍ଥ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଜେୟୁ ରାଜ୍ୟ ସମ୍ପାଦକ ଶଶି ଭୂଷଣ ପ୍ରହରାଜ, ସଇଁତଳା ବିଡ଼ିଓ ଚନ୍ଦ୍ରମଣି ନାଗ, ସଇଁତଳା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଦେଓଗାଁ ବ୍ଳକ ବିଜେଡି ଯୁବ ସଭାପତି ସୈଲେନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ଆଗାମୀ ଦୁଇବର୍ଷ ପାଇଁ ଜିଲ୍ଲା ସ୍ତରରେ କର୍ମକର୍ତ୍ତା ମନୋନୟନ କରାଯାଇଥିଲା।

 

ଏଥିରେ ବଲାଙ୍ଗୀର ଜିଲା ସଭାପତି ଭାବରେ ପ୍ରମୋଦ କୁମାର ସେଲମା, ସମ୍ପାଦକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପୁଟେଲ, ସହ ସମ୍ପାଦକ ମନିଶ ଅଗ୍ରୱାଲ,ଉପସଭାପତି ସତ୍ୟ ନାରାୟଣ ପଟେଲ ପ୍ରମୁଖ ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିଲେ।

Comments are closed.