ବଲାଙ୍ଗିର ଆଦର୍ଶ ଥାନାର ଦାୟିତ୍ୱ ନେବେ କେ.ପ୍ରିୟଙ୍କା

ଯୋଗଦେଲେ ବଲାଙ୍ଗିର ଓ ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ

ବଲାଙ୍ଗିର:ବଲାଙ୍ଗିର ଜିଲା ପୁଲିସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ବଲାଙ୍ଗିର ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରିଣୀ ଭାବେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପାଟଣାଗଡ ଓ ବଲାଙ୍ଗିର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଭାବେ ଯଥାକ୍ରମେ ଜ୍ୟୋତିର୍ମୟ ଭୁକ୍ତା ଓ ତୋଫାନ୍ ବାଗ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାଟଣାଗଡ ଥାନାର ଭାରପ୍ରାପ୍ତ ଥାନା ଅଧିକାରିଣୀ କେ.ପ୍ରିୟଙ୍କା ରାଉତରାୟଙ୍କୁ ବଲାଙ୍ଗିର ଆଦର୍ଶ ଥାନାକୁ ବଦଳି ହୋଇଥିବା ବେଳେ ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ସଇଁନ୍ତଲା ଥାନାକୁ ବଦଳି କରାଯାଇଛି।

 

ସେହିପରି ସଇଁନ୍ତଲା ଥାନା ଅଧିକାରୀ ବାରଣୀ ଦାସଙ୍କୁ ଲରମ୍ଭା ଥାନା, ଲରମ୍ଭା ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ବଙ୍ଗୋମୁଣ୍ଡା ଥାନା, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାଏକଙ୍କୁ ସିନେ୍ଧକେଲା ଥାନାକୁ ବଦଳି ହୋଇଛି। ସେହିପରି ପୁଇଁନ୍ତଲା ଥାନା ଅଧିକାରୀ ବି.ରୁଦ୍ରିୟାଙ୍କୁ ତୁଷୁରା ଓ ତୁଷୁରା ଥାନା ଅଧିକାରୀ ଯଶୋବନ୍ତ ପଧାନୀଙ୍କୁ ପୁଇଁନ୍ତଲା ଥାନାକୁ ବଦଳି କରାଯାଇଛି। ସିନେ୍ଧକେଲା ଥାନା ଦାୟିତ୍ୱରେ ଥିବା ଅଧିକାରୀ ଅନନ୍ତ ପ୍ରଧାନଙ୍କୁ ପାଟଣାଗଡ ଥାନା, ଖପ୍ରାଖୋଲ ଥାନାରେ ଅବସ୍ଥାପିତ ଏସ୍ଆଇ ପଞ୍ଚାନନ ନେଗୀଙ୍କୁ ବଲାଙ୍ଗିର ଆଦର୍ଶ ଥାନାକୁ ଅଣାଯାଇଛି। ଗତମାସରେ ଦେଓଗାଁ, ଖପ୍ରାଖୋଲ, ଟିଟିଲାଗଡ ଥାନା ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିଲା। ସେହିପରି ବଲାଙ୍ଗିର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଭାବେ ତୋଫାନ ବାଗ ଓ ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ୟୋତିର୍ମୟ ଭୁକ୍ତା ନୂଆ ପଦବିରେ ଯୋଗ ଦେଇଛନ୍ତି।

Comments are closed.