ଟ୍ରେନ ସମ୍ମୁଖକୁ ଡେଇଁ ପୃଥକ ଭାବେ ଦୁଇ ଜଣଙ୍କ ଆତ୍ମହତ୍ୟା

ବଲାଙ୍ଗିର : ଶୁକ୍ରବାର ବଲାଙ୍ଗିର-ବରଗଡ ରେଳପଥ ମଧ୍ୟରେ ଖମାରମୁଣ୍ଡା ଓ ଲୋଇସିଂହା ନିକଟରେ ୨ଜଣ ଆତ୍ମହତ୍ୟା କରିଛନ୍ତି । ଖମାରମୁଣ୍ଡା ଠାରେ ଜଣେ ଯୁବକ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଲୋଇସିଂହା ନିକଟରେ ଆଉ ଜଣେ ବ୍ୟକ୍ତି ରେଳଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବଲାଙ୍ଗିର ସହର ରାମେଶ୍ୱରନଗରର ରଞ୍ଜନ ନନ୍ଦ ନାମକ ଯୁବକ ଶୁକ୍ରବାର ସକାଳେ ଘରୁ ବାଇକ ନେଇ ବାହାରି ଯାଇଥିଲେ। ଖମାରମୁଣ୍ଡା ରେଳ ଫାଟକ ନିକଟରେ ମାଲବାହୀ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବଲାଙ୍ଗିର ଜିଆଇପି ଅଧିକାରୀ ଉମେଶ ଚନ୍ଦ୍ର ନାଏକ ସଦଳବଳ ପହଞ୍ଚି ସରଜମିନ ଯାଞ୍ଚ କରିଥିଲେ। ମୃତକଙ୍କ ପରିବାର ଲୋକେ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେହିପରି ଅପରାହ୍ନରେ ଲୋଇସିଂହା ରେଳଷ୍ଟେସନ ନିକଟରେ ଜଣେ ବୃଦ୍ଧ ଟ୍ରେନ ସମ୍ମୁଖରେ ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ଲୋଇସିଂହା ବସ୍ତିରେ ରହୁଥିବା ରମେଶ ମେହେର । ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି । ବଲାଙ୍ଗିର ଜିଆରପି ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ୨ଟି ଅପମୃତ୍ୟୁ ମାମଲା ରୁଜୁ କରିଛି।

Comments are closed.