ବଲାଙ୍ଗିର: ୧୪୨ ନୂଆ କରୋନା ମାମଲା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ରବିବାର ୧୪୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ୫ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ଥିବା ପରୀକ୍ଷାରୁ ଜଣାପଡିଛି।

ଜିଲା ପ୍ରଶାସନର ସୂଚନା ଅନୁସାରେ, ରବିବାର ଶାନ୍ତିପଡାରୁ ୧୦ ଜଣ, ତୁଲସୀନଗରରୁ ୮ଜଣ, ବ୍ରାହ୍ମଣପଡାରୁ ୭ ଜଣ କରୋନ ରୋଗୀ ଚିହ୍ନଟ ହୋଇଥିବା ବେଳେ ପେଲେସଲାଇନରୁ ୫ଜଣ, ତାଲପାଲିପଡା, ରାଜେନ୍ଦ୍ରପଡାରୁ ୪ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଇନ୍ଦିରାନଗର, ଆନନ୍ଦନଗର, ଭୀମଭୋଇ ମେଡିକାଲ କଲେଜ କ୍ୟାମ୍ପସରୁ ୩ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଗାନ୍ଧିନଗରପଡା, ଖଦାଲପଡା, ମାଲପଡା, ପୁରୁଣା ରାଜବାଟୀ, ସୁଦପଡା, ଆଦର୍ଶପଡାରୁ ୨ଜଣ ଲେଖାଏଁ ରୋଗୀ ସିହ୍ନଟ ହୋଇଥିବା ବେଳେ ରୁଗୁଡିପଡା, ରାଧାରାଣୀପଡା, କଦମପଡା, ପ୍ରତାପସାଗରପଡା, ପ୍ରସନ୍ନ ବିହାର, ବରପାଲିପଡା, ଲାଲଟିକ୍ରା, ପାଟଣା ଛକ, ଭଗବତୀନଗର, ରେଡିଓଷ୍ଟେସନ, ବେହେରାପାଲି, ଏବିଏସଏସ ରୋଡ, କଲେଜ ଛକ, ସାଗର କଲୋନୀ, ଗୋପାଲଜୀମନ୍ଦିର, ଆରଟିଓ ଛକ, ରିଜର୍ଭପୁଲିସ କ୍ୟାମ୍ପସରୁ ଜଣେ ଲେଖାଏଁ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସଇଁନ୍ତଲା ବ୍ଲକ ବଡମାଳ ବାରୁଦ କାରଖାନାରୁ ୧୧ଜଣ , ବଡମାଲରୁ ୩ଜଣ, ସଇଁନ୍ତଲା, ମହଗାଁ, ବରଗାଁ, କନ୍ଦକେଲଗାଁ ଓ ଟିକ୍ରାପଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ସଦର ବ୍ଲକ ବଲାଙ୍ଗିରରୁ ୩ଜଣ, ସାନତେଲେନପାଲି, ରିନବଚନରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଖପ୍ରାଖୋଳ ବ୍ଲକ ଓଡିଆପାଲି, ଲୋଇସିଂହା ବ୍ଲକ ହୀରାପୁର, ଲରମ୍ଭାମୁଣ୍ଡା, ଲୋଇସିଂହା ଓ ଗ.ଶ. ଡୁଙ୍ଗୁରିପାଲି, ପାଟଣାଗଡ ବ୍ଲକ ପାଟଣାଗଡ ଏନଏସି, ଝୁଲେନବର ଓ ଉଲବା, ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା, ଲଖପାଲି, ଗଇଁନ୍ତଲା, କାଲିଘନା, ଲାଦେରବାହାଲ, ବାହାଲବୁକା ଓ ଭାଲେର, ଗୁଡଭେଲା ବ୍ଲକ ବଡବଙ୍କ, ଦେଓଗାଁ ବ୍ଲକ ବଡବାହାଲ, ସାଗରପାଲିରୁ ଜଣେ ଲେଖାଏଁ ରୋଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ଜିଲାର ୫ ଜଣ କୋଭିଡ ଯୋଦ୍ଧା ଓ ସୋନପୁର ଜିଲା ଡବଲଙ୍ଗ, ପର୍ପି, ଦିଗଶିରା,ବୈାଦ୍ଧ ଜିଲା ଦେଢେମାଲ, କଲାହାଣ୍ଡି ମଦନପୁର ରାମପୁରର ଜଣେ ଲେଖାଏଁ ରୋଗୀ ମଧ୍ୟ ବଲାଙ୍ଗିରରେ ପରୀକ୍ଷା କରାଇ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

Comments are closed.