ମକର ଉତ୍ସବ-୨୦୨୦ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡାର ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ପକ୍ଷରୁ ମକର ଉତ୍ସବ-୨୦୨୦ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧୫ ତାରିଖରେ ମକର ଉତ୍ସବ ପାଳନ କରାଯିବା ନେଇ ଆଲୋଚନା ହୋଇଥିଲା। ଇଷ୍ଟଦେବୀ ମାଁ ଦ୍ୱାରସେହ୍ନୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ ମଶାଳ ଶୋଭାଯାତ୍ରାରେ ମଶାଳ ଆଣି ଉତ୍ସବ ସ୍ଥଳରେ ସ୍ଥାପନ କରାଯିବ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ସଂପ୍ରଦା, ନାଟକ, ଲୋକଗୀତ, ଲୋକନୃତ୍ୟ, ପାଲା, ଦାସକାଠିଆ, ଘୁମୁରା,ଢାପ ଆଦି ବିଭିନ୍ନ କଳା ପରିବେଷଣ ହେବ। ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ଆଦି ଯୋଗଦାନ କରିବେ ବୋଲି ଜଣାପଡିଛି। ଅଞ୍ଚଳର ଲୁକ୍କାୟିତ କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜିବିତ ରଖିବା ସହ ଲୁକ୍କାୟିତ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ମକର ଉତ୍ସବ ଏକ ମାଧ୍ୟମ ପାଲଟିଥିବା ଆଲୋଚନା ହୋଇଥିଲା। ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି। ବୈଠକରେ ସାଧାରଣ ସଂପାଦକ ନିଗମାନନ୍ଦ ଦାସ, ଉପସଭାପତି ସୁରେଶ ଭୋଇ, ସଂପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସଂପାଦକ ରେଣୁରଞ୍ଜନ ବାଗ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସୁରଥ ବେହେରା, ଜଗଦୀଶ ଭୋଇ, ସତ୍ୟନାରାୟଣ ଭୋଇ, ନେତ୍ରାନନ୍ଦ ସାହୁ, ରାମଚନ୍ଦ୍ର ରଣା, ବିଘ୍ନରାଜ ରାଉତ, ଅଜିତ ପ୍ରଧାନ, ଡିଙ୍ଗର ଭୋଇ, ଭକ୍ତବନ୍ଧୁ ସାହୁ, ନିତ୍ୟାନନ୍ଦ ବେହେରା, ରୂପେଶ ଜୈନ, ଦିପକ କୁମାର ଦାସ ଯାଦବ, ହୁଲେଶ୍ୱର ହଂସ, ଜୟ ଜୈନ ପ୍ରମୁଖଙ୍କ ସହ ଅନୁଷ୍ଠାନର ବହୁ ଲୋକ ଉପସ୍ଥିତ ଥିଲେ।

Comments are closed.