କରୋନା ଡ଼୍ୟୁଟିରେ ଯୋଗ ଦେବାକୁ ଯିବା ବେଳେ ଓଲଟିଲା ବସ ; ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ

ବଲାଙ୍ଗୀର : ବଲାଙ୍ଗୀରରେ ବାଣୀଗୋଚ୍ଛା ଥାନା ଅର୍ନ୍ତଗତ ଦୁର୍ଗାପ୍ରସାଦ ନିକଟରେ ଏସସିବି ଡାକ୍ତରୀ ଛାତ୍ରଛାତ୍ରୀକୁ ନେଇ ଯାଉଥିବା ବସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଓଲଟି ପଡ଼ିବାରୁ ୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏହାସହ ବସ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ଉକ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କରୋନା ଡ୍ୟୁଟିରେ ଯୋଗ ଦେବା ପାଇଁ ବସଟି ବଲାଙ୍ଗୀର ଯାଉଥିଲା।

 

Comments are closed.