କମି ଯାଇଛି ଖର୍ଚ୍ଚ, ବଢିଛି ଆୟୋଜନ ଚିନ୍ତା

ବଲାଙ୍ଗିର : ବିଶେଷ କରି ନୂଆଁଖାଇ ଭେଟ୍ଘାଟ ଆୟୋଜନକୁ ବେଶ ଉତ୍ସୁକତା ରହିଥାଏ ମନରେ। ତେବେ ଆୟୋଜକଙ୍କ ପାଇଁ ଏହା ସହଜ କଥା ହୋଇ ନଥାଏ। ସମସ୍ତଙ୍କୁ କାର୍ଯ୍ୟକ୍ରମ ଯେମିତି ପସନ୍ଦକୁ ଆସିବ ସେଥିପାଇଁ ଦୃଷ୍ଟି ଦେବାକୁ ହୁଏ। ମଞ୍ଚରୁ ଅତିଥି, କଳାକାରଙ୍କୁ ଏକାଠି କରିବା ଭୋଜି ଭାତର ଆସର ଜମାଇବା ପାଇଁ କାଠିକର ପାଠ ଆୟୋଜକଙ୍କ ପାଇଁ। ତେବେ ଭଲ ହେଉ କି ଭୁଲ ହେଉ, ବର୍ଷ ବର୍ଷ ଧରି ଏହି ବିଧି ପରମ୍ପରା ଜାରି ରହେ। କିନ୍ତୁ ଏଥର କରୋନା ଯୋଗୁଁ ସ୍ୱାଭାବିକ ଭାବେ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛି। ଆଉ କାର୍ଯ୍ୟକ୍ରମ ଆୟୋଜନ ସହଜ କଥା ହୋଇ ରହିନାହିଁ। ଆଉ ଡିଜିଟାଲ୍ ପ୍ଲାଟଫର୍ମରେ ମଞ୍ଚ ନଥାଏ କି ଅତିଥି, କଳାକାର ଓ ଭୋଜି ଭାତର ବ୍ୟବସ୍ଥା। କମ୍ ଖର୍ଚ୍ଚରେ ସମସ୍ତେ ଏକାଠି ହେବାର ଭଲ ମଉକା ପାଲଟିଥିବା ସାଧାରଣରେ ଆଲୋଚନା ହେଉଛି।