ବଲାଙ୍ଗୀରରେ ମଦ୍ୟପ ସ୍ବାମୀର ବର୍ବରକାଣ୍ଡ : ୯ ମାସର ଗର୍ଭବତୀ ସ୍ତ୍ରୀକୁ ଅମାନବୀୟ ଭାବେ ଗଳା ଚିପି କଲା ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ସହର ରାଧାରାଣୀପଡ଼ାରେ ଏକ  ବର୍ବରକାଣ୍ଡ । ୯ ମାସ ର ଗର୍ଭବତୀ ସ୍ତ୍ରୀ କୁ ଅମାନବୀୟ ଭାବେ ଗଳା ଚିପି ହତ୍ୟା କରିଛି ମଦ୍ୟପ ସ୍ବାମୀ । ମୃତକ ହେଲେ ଆନନ୍ଦିନୀ ବାରିକ । ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ମୋତିଲାଲ ବାରିକ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା । ତେବେ ବଲାଙ୍ଗୀର ଟାଉନ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ମୋତିଲାଲ ପ୍ରତିଦିନ ରାତିରେ ମଦ ପିଇ ଘରେ ମାରପିଟ କରୁଥିଲା । ତେବେ ଗତ କାଲି ବିଳମ୍ବିତ ରାତିରେ ମଧ୍ୟ ମଦ ପିଇ ମୋତିଲାଲ ଘର ସମ୍ମୁଖରେ ଆନନ୍ଦିନୀକୁ ପ୍ରବଳ ମାଡ ମାରିଥିଲା । ପରେ ଘର ଭିତରକୁ ନେଇ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଜଣାପଡିଛି । ଏନେଇ ଟାଉନ ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିିବା ବେଳେ ଅଭିଯୁକ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ମହିଳାଙ୍କ ସଂପର୍କୀୟ ଦାବୀ କରିଛନ୍ତି । ବଲାଙ୍ଗିର ସଦର ଏସଡିପିଓ ଏବଂ ଟାଉନଥାନା ଅଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.