ମାଛ ମାରିବା ହେଲା କାଳ : ପାଣିରେ ବୁଡ଼ି ଗଲା ଯୁବକର ଜୀବନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତରେ ଥିବା ଡଙ୍ଗରପଡା ସାଗରରେ ବୁଧବାର ମାଛ ମାରୁଥିବା ବେଳେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ହେଲେ ଲଖାନା ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ତୁଳସୀ କଟାକ୍ଷ।
ସୂଚନା ମୁତାବକ, ବୁଧବାର ସକାଳୁ ତୁଳସୀ କଟାକ୍ଷ ବ୍ୟକ୍ତି ଜଣକ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ଶହ ମିଶି ଡଙ୍ଗରପଡା ସାଗରକୁ ମାଛମାରିବାକୁ ଯାଇଥିଲେ। ମାଛ ମାରିଲା ବେଳେ କୌଣସି କାରଣ ବଶତଃ ସେ ଜାଲରେ ଛନ୍ଦି ହୋଇ ପାଣିରେ ବୁଡି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ମୃତ ବ୍ୟକ୍ତିଙ୍କ ଘରେ ତାଙ୍କ ସ୍ତ୍ରୀ ଏବଂ ଜଣେ ବିବାହିତା ଝିଅ ଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାର ହେଲା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.