ବଲାଙ୍ଗୀର ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫ଲକ୍ଷ ଟଙ୍କା ସହାୟତା

ବଲାଙ୍ଗୀର : ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ କୋଭଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫ଲକ୍ଷ ୪ ହଜାର ୪୩୫ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବଲାଙ୍ଗୀର ଜିଲା ପ୍ରଶାସନ ଅନ୍ତର୍ଗତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ପାଣ୍ଠିକୁ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିଥିବା ଅର୍ଥରାଶିକୁ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି ପାଣ୍ଠିକୁ ସହାୟତା ପ୍ରଦାନ ସମୟରେ ବଲାଙ୍ଗୀର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି,ତହସିଲ ଦାର ଲଲାତ କୁମାର ଲୁହାଙ୍କ ସହ ଜରୁରୀ କାଳୀନ ଅଧିକରୀ ଓ ନିଜାରତ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.