ଡକାୟତି ଯୋଜନା ବେଳେ ଧରାପଡିଲେ ୩ ଅଭିଯୁକ୍ତ

0

ବଲାଙ୍ଗୀର : ବୁଧବାର ୬ଜଣ ଡକାୟତ ମଦନ ଗୁଡିଆ ବଗିଚା ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ପୁଲିସ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଖବର ଅନୁସାରେ ବୁଧବାର ରାତିରେ ଟାଉନଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ୬ଡକାୟତ ଡକାୟତି ପାଇଁ ଯୋଜନା କରିବାର ଖବର ପାଇଥିଲେ। ଖବର ପାଇ ପୁଲିସ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ହୋଇଥିବା ୩ ଅଭିଯୁକ୍ତ ଝାଡଖଣ୍ଡର ବୋଲି ଜଣାପଡିଛି। ସେମାନେ ହେଲେ- ମୋତି ଉର ସେଖ(୩୦) ଅନ୍ୟଜଣେ ମିଥୁନ ଓରଫ କମଲୁଦ ଜମାଲ(୨୮) ଏବଂ ସାୟେଦ ସେଖ(୩୨) । ପୁଲିସ ଗିରଫ କରି ସେମାନଙ୍କ ଠାରୁ ଛେଣି, ସଣ୍ଡୁଆସି, ଶାବଳ, ହାତୁଡି ଭଳି ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତ ମାନେ ବଲାଙ୍ଗୀର ସେଣ୍ଟ୍ରାଲ ବ୍ୟାଙ୍କକୁ ଡକାୟତି କରିବାକୁ ଯୋଜନା କରୁଥିବା ମାନିଥିବାବେଳେ ଏହା ପୂର୍ବରୁ ସେମାନେ ବିଭିନ୍ନ ରାଜ୍ୟ ଯଥା- ମହାରାଷ୍ଟ୍ର, ରାଜସ୍ତାନ, ଆନ୍ଧ୍ରପ୍ରଦେଶ, କେରଳ, ବିହାର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରେ ବିଭିନ୍ନ ବ୍ୟାଙ୍କର ଲକର ଓ ଗହଣା ଦୋକାନ କାଟି କୋଟି କୋଟି ସୂନା ଗହଣା ଲୁଟି ଥିବା କହିଥିଲେ।

Leave A Reply