ଧାନ କିଣାରେ ବ୍ୟାପକ ଅନିୟମିତତା : ପଡି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ଲୋଇସିଂହା :  ଆଗଲପୁର ବ୍ଳକ ଅର୍ନ୍ତଗତ ଭରସୁଜା ପେକ୍ସରେ ଚାଷୀ ମାନଙ୍କ ଠାରୁ ଧାନ କିଣିବାରେ ବ୍ୟାପକ ଅନିୟମିତତା ହେଉଥିବା ଏହି ଅଞ୍ଚଳର ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏଠାରେ କେବଳ ଡାଟା ଅପରେଟର ରହି ଧାନ କିଣା କାରବାର କରୁ ଥିବା ବେଳେ ଅନ୍ୟ କାହାରି ଦେଖା ମିଳୁ ନାହିଁ ବୋଲି କୁହାଯାଉଛି। ସଂପାଦକ କିମ୍ବା ଅନ୍ୟ କର୍ମକର୍ତ୍ତା ଏଠାକୁ ପ୍ରାୟତଃ ଆସୁ ନ ଥିବା ଅଭିଯୋଗ ହେଉଛି। ଏହି ପରିସ୍ଥିତିରେ ଏଠାରେ ସମିତି ପରିସରରେ ଓ ନିକଟସ୍ଥ ରାସ୍ତା କଡରେ ଶହ ଶହ ବସ୍ତା ଧାନ ପଡି ରହିଛି। ଚାଷୀ ମାନଙ୍କ ଧନ ମାପ ହୋଇ ନ ଥିବା ବେଳେ ବାହାରେ ଖରା ବର୍ଷାରେ ପଡି ରହିଥିବା ଏବଂ କେହି ଜଗୁଆଳୀ ନ ଥିବା ଯୋଗୁଁ ଚାଷୀ ମାନେ ଦିନ ରାତି ଧାନକୁ ଜଗି ବସି ରହିଛନ୍ତି।

ଧାନ କେଉଁ କାରଣ କରୁ ଉଠା ଯାଉ ନାହିଁ ବୋଲି ସ୍ଥାନୀୟ ସଂପାଦକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ଏଠାରେ ପ୍ରାୟ ୨୦୦୦ କ୍ୱିଣ୍ଟାଲରୁ ଅଧିକ ଧାନ ପଡି ରହିଥିବା ସ୍ୱୀକାର କରି ଚାଷୀ ମାନଙ୍କର ଟୋକନ ନ ଥିବା ଯୋଗୁଁ ଏହା କିଣା ଯାଇ ପାରି ନାହିଁ ବୋଲି ସେ କହିଛନ୍ତି। ଗତ ସପ୍ତାହରେ ଏଠାକୁ ତହସିଲଦାର ଓ ଉପ-ଜିଲାପାଳ ଆସି ଚାଷୀ ମାନଙ୍କ ଠାରୁ ଆଧାର କାର୍ଡ ସଂଗ୍ରହ ପାଇଁ ପରାମର୍ଶ କରି ଯାଇଛନ୍ତି। ଖୁବ୍‍ ଶିଘ୍ର ଧାନ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଠିକ ସେହିପରି ଆଗଲପୁର ସମିତିରେ ମଧ୍ୟ ବହୁ ଅନିୟମିତତା ଅଭିଯୋଗ ହେଉଥିବା ବେଳେ ଦାୟିତ୍ୱରେ ଥିବା ସ୍ଥାନୀୟ ସଂପାଦକ ପ୍ରେମରାଜ ସାହୁ କୌଣସି ପ୍ରତିକ୍ରୀୟା ଦେଇନାହାଁନ୍ତି। ଚାଷୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଆଗଲପୁର ସମିତିର ବହୁ ଅନିୟମିତତା ଏବଂ ଦୁର୍ନିତୀ ଲୋକ ଲୋଚ କୁ ଆସି ପାରିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

Comments are closed.