ଅଭାବି ବିକ୍ରିରେ ପରିବା ଚାଷୀ

ଆଗଲପୁର : ବଲାଙ୍ଗୀର ଜିଲା ଅନ୍ତର୍ଗତ ଆଗଲପୁର(ଡୁଡୁକା) ବ୍ଲକ ଅଞ୍ଚଳର ଜନସାଧାରଣ ୯୫ ଭାଗ ଚାଷ ଉପରେ ନିର୍ଭରକରି ଚଳିଆସୁଥିବାବେଳେ ଏବେ ପରିବା ଅଭାବି ବିକ୍ରି ହେଉଥିବାରୁ ଚାଷୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚାଷୀଙ୍କ ସୂଚନା ଅନୁଶାରେ,  ଧାନ ଅମଳ ହେବା ପରେ ଚାଷୀମାନେ ପରିବା ଚାଷରେ ଲାଗିଥାନ୍ତି ଏହି ପରିବା ଚାଷ ପାଇଁ ପରିବାର ସମସ୍ତ ସଦସ୍ୟ ଦିନରାତି ବିଲରେ ପରିଶ୍ରମକରି ପରିବା ଅମଳକରି ବିଭିନ୍ନ ଅନୁସାଙ୍ଗିକ ଖର୍ଚ୍ଚ ତୁଲାଇଥାନ୍ତି। କିନ୍ତୁ ଦୀର୍ଘ ଏକମାସରୁ ଉର୍ଦ୍ଧହେବ ଆଗଲପୁର ବ୍ଲକ ଅଞ୍ଚଳରେ ୧୦ ଟଙ୍କାରେ ୩/୪ କିଲୋ ଟମାଟୋ ମିଳୁଥିବାବେଳେ ଅନ୍ୟପରିବା ଗୁଡିକ ମଧ୍ୟ ୧୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଚାଷୀମାନଙ୍କର ଖର୍ଚ୍ଚ ଭରଣ ହେଉନଥିବା ପ୍ରକାଶ କରିଛନ୍ତି। ସରକାର ତରଫରୁ ଚାଷୀମାନଙ୍କ ଆୟ ୨ ଗୁଣ କରିାବା ପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଥିବାବେଳେ ଆଜି ପର୍ଯ୍ୟନ୍ତ ଚାଷୀ ବହୁଳ ଅଞ୍ଚଳରେ ପରିବା ନିୟନ୍ତ୍ରଣ ବଜାର ହୋଇ ପାରୁନାହିଁ। ଏଣୁ ଉତ୍ପାଦିତ ପରିବା ବିକ୍ରି କରିବା ପାଇଁ ଆଗଲପୁର ବ୍ଲକ ଅଞ୍ଚଳରେ ବରିବା ନିୟନ୍ତ୍ରଣ ବଜାର ଖୋଲିବା ସହିତ ଏକ ଶୀତଳଭଣ୍ଡାର ଖୋଲିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

 

Comments are closed.