ଲୋଇସିଂହା ହାତୀ ମୃତ୍ୟୁ ଘଟଣାକୁ ନେଇ ଡିଏଫଓ ଅଫିସ ଘେରିଲା ବିଜେପି

ଲୋଇସିଂହା :  ଲୋଇସିଂହା ରେଞ୍ଜ ହାତୀ ମୃତ୍ୟୁ ଘଟଣାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିବାସହ ମଙ୍ଗଳବାର ସ୍ଥାନୀୟ ପିଆର ହାଇସ୍କୁଳ ପଡିଆରୁ ଏକ ଶୋଭାଯାତ୍ରାରେ ଆସି ଡିଏଫଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋଇସିଂହା ରେଞ୍ଜରେ ବନ୍ୟପ୍ରାଣୀ ଅସୁରକ୍ଷିତ ରହିଥିବା ବେଳେ ଏହି ରେଞ୍ଜରେ ମାଫିଆ ମାନଙ୍କ ରାଜୁତି ଚାଲିଥିବା ବିଜେପି ଅଭିଯୋଗ ଆଣିଛି।

ହାତୀ କ୍ଷୟକ୍ଷତି ପ୍ରଦାନରେ ଅବହେଲା, ହାତୀ କରିଡରରେ ଟ୍ରେଞ୍ଚ ଖୋଲାକୁ ନେଇ ଅନିୟମିତତା ଭଳି ଦୁର୍ନୀତିର ଗନ୍ତାଘର ପାଲଟିଥିବା ଲୋଇସିଂହା ରେଞ୍ଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ୨୦ ଦଫା ଦାବି ନେଇ ବିଜେପି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଡିଏଫଓ ଜରିଆରେ ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ସାଂସଦଙ୍କ ଆଗଲପୁର ପ୍ରତିନିଧୀ ମନୋଜ ପଟେ, ଡୁଡୁକା ମଣ୍ଡଲ ସଭାପତି ପିତାମ୍ବର କଣ୍ଟା, ଗୈାରାଙ୍ଗ ନାଏକ, ସୁନୀଲ ଦାସ, ସାଂସଦଙ୍କ ଲୋଇସିଂହା ବ୍ଲକ ପ୍ରତିନିଧୀ ବାଲକୃଷ୍ଣ ଧରୁଆ, ଆନନ୍ଦ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ।

Comments are closed.