୫୫ ଲିଟର ଦେଶୀ ମଦ ଜବତ: ୪ ଗିରଫ

ତୁଷୁରା : ବଲାଙ୍ଗୀର ଅବକାରୀ ଜିଲା ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମୋଟ ୫୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦେଓଗାଁ ବ୍ଳକ ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଚଢାଉ କରି କ୍ଷୀରସିନ୍ଧୁ ରଣାଙ୍କ ଠାରୁ ୩୫ ଲିଟର, ଗୌରଗୋଠ ଗ୍ରାମର ପରେଶ ଧରୁଆଙ୍କ ଠାରୁ ୭ ଲିଟର , ପ୍ରେମରାଜ ବାରିକଙ୍କ ଠାରୁ ୮ ଲିଟର ଓ ବିଦ୍ୟାଧର ରଣାଙ୍କ ଠାରୁ ୬ ଲିଟର ଦେଶୀ ମଦ ଜବତ କରାଯାଇଛି। ଏ ନେଇ ଥାନାରେ ଚାରୋଟି ପୃଥକ ପୃଥକ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ବଲାଙ୍ଗୀର କୋର୍ଟ ଚାଳାଣ କରାଯାଇଥିବା ସ୍ଥାନୀୟ ଅବକାରୀ ଅଧିକାରୀ ଅରୁଣ କୁମାର ଯୋଷୀ ପ୍ରକାଶ କରିଛନ୍ତି। ଏହି ଚଢାଉ ବେଳେ ଏଏସଆଇ ଜୟନାରାୟଣ ଯୋଷୀ, ଦେବାଚନ ଭୋଇ, ସୁରେଷ ଭୋଇ ଆଦି ଉପସ୍ଥିତ ରହିଥିଲେ।

Comments are closed.