ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ପାଇଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

ସିନ୍ଧେକେଲା : ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ୨୪ ଘଣ୍ଟା ଡାକ୍ତର ରହି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ ରହିଥିବା ବେଲେ ବଲାଙ୍ଗୀର ଜିଲା ଅନ୍ତର୍ଗତ ସିନେ୍ଧକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାର ବ୍ୟତିକ୍ରମ ଦେଖାଦେଇଛି। ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ଗୋଟିଏ ବିଶେଷଜ୍ଞ ସହ ତିନୋଟି ସ୍ଥାୟୀ ଓ ଦୁଇଟି ଅସ୍ଥାୟୀ ମୋଟ ପାଞ୍ଚ ଜଣ ଡାକ୍ତର ନିଯୁକ୍ତି ରହିଥିବା ସତ୍ତ୍ବେ ଡାକ୍ତରଙ୍କ ଅନୁପସ୍ଥିତି ଏକ ଶିଶୁକନ୍ୟା ପାଇଁ କାଳ ସାଜିଥିଲା। ଚିକିତ୍ସା ପୂର୍ରୁ ତାର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି।

ମିଲିଥିବା ସୂଚନା ଅନୁସାରେ,  ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧର୍ଲା ଗ୍ରାମର ଶ୍ୟାମ ଶିଖା ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବା ବେଲେ ତାର ଅନୁପସ୍ଥିତିରେ ତାର ଦୁଇ ବର୍ଷର ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଖରାପ ହେବାରୁ ତାକୁ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ପ୍ରଥମେ ୧୦୮ ଏମ୍ବୁଲେନ୍ସକୁ ପରିବାର ଲୋକେ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଲମ୍ବ ହେବାରୁ ଶିଶୁକନ୍ୟ କୁ ସଂପର୍କିୟ ମାନେ ବାଇକରେ ଆଣି ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚିଲା ବେଳକୁ ଠିକ ସମୟରେ କେହିବି ଡାକ୍ତର ସେଠାରେ ନ ଥିଲେ। ଅନ୍ୟାନ୍ୟ କର୍ମଚାରୀଙ୍କୁ ଡାକ୍ତରଙ୍କୁ ଡାକିବା ପାଇଁ ଅନୁରୋଧ କରିବା ପରେ ସକାଲୁ କେବଳ ଜଣେ ଡେପୁଟେସନରେ ଥିବା ଡାକ୍ତର ଗୋପବନ୍ଧୁ ଦାସ ପହଞ୍ଚିବାରେ ସାମାନ୍ୟ ବିଲମ୍ବ କରିଥିଲେ। କିନ୍ତୁ ଶିଶୁକନ୍ୟାର ପରିବାର ଲୋକେ ଧର୍ଯ୍ୟହରା ହୋଇ ତୁରନ୍ତ ଥାନା ପହଞ୍ଚି ସେଠାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ଅନନ୍ତ ପ୍ରଧାନ ଅନୁପସ୍ଥିତି ଥିବା ଇନଚାର୍ଜ ଡାକ୍ତର ବିଶ୍ୱନାଥ ଖୁଣ୍ଟିଆଙ୍କୁ ଫୋନ ଜଣାଇ ଶିଶୁକନ୍ୟାକୁ ଚିକିତ୍ସା କରିବା ପାଇଁ ପୁଣି ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ ଠିକ ସେତେବେଳକୁ ଡା.ଦାସ ମ୍ମ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ଶିଶୁକନ୍ୟକୁ ଦେଖି ମୃତ ଘୋଷଣା କରିବା ସହ ଆଗରୁ ମୃତ ଥିବା ସେ ପ୍ରକାଶ କରିଥିଲେ।

ଏହା କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାର ପରିବାର ପକ୍ଷରୁ ଉତ୍ତେଜନା ଦେଖାଦେଇଥିଲା। ଡାକ୍ତର ନ ଥିବାରୁ ତାଙ୍କ ଶିଶୁକନ୍ୟାର ଜୀବନ ଗଲା ବୋଲି ସେମାନେ ନିନ୍ଦା କରିଥିଲେ। ପରେ ପରିସ୍ଥିତି ଶାନ୍ତ ହେବା ସହ ପରିବାର ଲୋକେ ଶିଶୁକନ୍ୟାର ଶବକୁ ଘରକୁ ଫେରାଇ ନେଇଯାଇଥିଲେ। ପାଞ୍ଚ ଜଣ ଡାକ୍ତର ନିଯୁକ୍ତି ଥାଇ ଡେପୁଟେସନରେ ଥିବା ଡାକ୍ତରଙ୍କୁ କାହିଁକି ଡ୍ୟୁଟି ଦିଆଗଲା ବାକି ଡାକ୍ତରଙ୍କ ଉନୁପସ୍ଥିତ, ଶିଶୁକନ୍ୟାର ମୃତ୍ୟୁର କିଏ ଦାୟୀ ହେବ ସେ ସବୁ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.