ସଂନ୍ଧ୍ୟା ହେଲେ ହାତୀ ଓ ଭାଲୁ ଭୟରେ କବାଟ ବନ୍ଦ କରୁଛନ୍ତି ଦେଓଗାଁବାସୀ

ଦେଓଗାଁ : ଗତ କିଛି ଦିନ ହେଲା ଦେଓଗାଁ ଓ ବଲାଙ୍ଗୀର ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଘେରାଗାଁ ଗୁଡ଼ିକ ପାଖକୁ ଆସି ଜଙ୍ଗଲୀ ହାତୀ ଓ ଭାଲୁ ଲୁଚକାଳୀ ଖେଳ ଖେଲୁଛନ୍ତି। କେତେବେଳେ ଭାଲୁ ବସ୍ତି ଭିତରକୁ ଚାଳିଆସୁଛି ତ ପୁଣି କେତେବେଳେ ହାତୀ ଫସଲ ନଷ୍ଟ କରି ଜଙ୍ଗଲ ଭିତକୁ ଚାଳିଯାଉଛି। ଏହାରି ଭିତରେ ଦର୍ଶକ ସାଜି ହାତୀ ଓ ଭାଲୁର ଦୃଷ୍ୟକୁ ଉପଭୋଗ କରୁଛନ୍ତି ବନବିଭାଗର କର୍ମଚାରୀମାନେ। ବନ୍ୟ ଜନ୍ତୁ ମାନଙ୍କୁ ଆକଟ କରିବାରେ ଫେଲ ମାରୁଛି ବଲାଙ୍ଗୀର ବନ ବିଭାଗ।

 

ହାତୀ ଉପରଝରରେ ଏକ ଶିଶୁକୁ ଜନ୍ମ କରିବାପରେ ତାକୁ ନେଇ ଏ ଜଙ୍ଗଲରୁ ସେ ଜଙ୍ଗଲ ଖେଲାଉଛି। ହେଲେ ଜଙ୍ଗଲଘେରା ଗାଁ ମକୁନ୍ଦପୁର, ଜାମଝରନ, ରୁଗୁଡ଼ିପାଲି, ‘ଟାମୁଣ୍ଡା, ଉପରଝର, ରେଙ୍ଗାଲୀ, ରତନପୁର, ରାଏପାଲି, ଖର୍ସେଲଡ଼ୁଙ୍ଗୁରୀ ଅଞ୍ଚଳରେ ଲୋକେ ସଂନ୍ଧ୍ୟା ହେଲେ ହାତୀ ଓ ଭାଲୁ ଭୟରେ କବାଟ ବନ୍ଦ କରି ରହିଯାଉଛନ୍ତି।

 

କିନ୍ତୁ ଜଙ୍ଗଲ ଭିତରେ ହାତୀ ଘୋଉଡ଼ାଇବାକୁ ଲୋକଙ୍କୁ ନେଇ ଡ଼େରା ପକାଇଛନ୍ତି ବନ ବିଭାଗର କର୍ମଚାରୀମାନେ। ଗତ ସୋମବାର ଦିନ ହାତୀ ରାଏପାଲି ଅଞ୍ଚଳ ଛାଡ଼ି ‘ଟାମୁଣ୍ଡା ମଠଖାଇ ସଂଗ୍ରକ୍ଷିତ ଜଙ୍ଗଲକୁ ଚାଳିଯାଇଥିବା ଦେଓଗାଁ ଜଙ୍ଗଲ ବିଭାଗ ସୂଚନା ଦେଇଥିବା ବେଳେ ପୁଣି ମଙ୍ଗଲବାର ରାତିରେ ଘୁଚିପାଲି ଖର୍ସେଲଡ଼ୁଙ୍ଗୁରୀ ନିକଟକୁ ଆସିଥିବାରୁ ଜଙ୍ଗଲ ବିଭାଗର ମୁଣ୍ଡବ୍ୟଥା ବଢ଼ିଯାଇଛି। ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.