ଧାନ ଅମଳ କରିବା ପାଇଁ କୃଷିଶ୍ରମିକ ଅଭାବ

ଆଗଲପୁର : ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଆସୁଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାରୁ କୃଷି ଶ୍ରମିକର ଆବଶ୍ୟକତା ରହିଥିବାବେଲେ ଚାଷିମାନେ କୃଷି ଶ୍ରମିକ ପାଇପାରୁନଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚାଷିମାନଙ୍କ ସୁଚନା ଅନୁଶାରେ,  ବିଗତ ୩ ବର୍ଷ ପର୍ଯ୍ୟନ୍ତ ମରୁଡି ହୋଇଥିବାରୁ ବିଗତବର୍ଷ ମାନଙ୍କରେ ଶ୍ରମିକ ମାନେ କାମନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଉକ୍ତ ଶ୍ରମିକମାନେ ବର୍ତ୍ତମାନ ମଧ୍ୟ ବାହାର ରାଜ୍ୟରେ କାମକରୁଥିବାରୁ ଆଗଲପୁର ବ୍ଲକ ଅଞ୍ଚଳରେକୃଷିଶ୍ରମିକର ଅଭାବ ରହିଥିବାର ଅଭିଯୋଗ କରିଛନ୍ତି ।

Comments are closed.