ବିଭିନ୍ନ ଭତ୍ତା ଦାବି ନେଇ ବ୍ଲକ ଘେରାଉ

0

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ମୁରିବାହାଲ ବିକାଶ ମଞ୍ଚ ପକ୍ଷରୁ ମଙ୍ଗଳବାର ଦିନ ବାର୍ଦ୍ଧକ୍ୟ ,ବିଧବା,ଦିବ୍ୟାଙ୍ଗ ଓ ଅବିବାହିତା କିମ୍ବା ସ୍ୱାମୀ ପରିତ୍ୟକ୍ତା ଙ୍କୁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା ଦାବିରେ  ବ୍ଲକ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ ସହଯୋଗରେ ମୁରିବାହାଲ ବ୍ଲକ ବିକାଶ ମଞ୍ଚର ଆବାହକ ଫାଲଗୁନି ହାତୀଙ୍କ ଆହ୍ୱାନ କ୍ରମେ ମୁରିବାହାଲ ଫରେଷ୍ଟ ବଙ୍ଗଳା ଠାରୁ ବ୍ଲକ ପର୍ୟ୍ୟନ୍ତ ଏକ ବିରାଟ ଯାତ୍ରା କରାଯାଇଥିଲା । ବ୍ଲକ ସମ୍ମୂଖରେ ୨୨ ଗୋଟି ପଞ୍ଚାୟତର ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ପ୍ରତିବାଦ ସଭାରେ ବିଶିଷ୍ଟ ସମାଜସେବୀ ,ସଂଗଠକ ଅଜୟ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗମାନଙ୍କୁ ପ୍ରତି ମାସରେ ୩୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ତାକୁ ଯଥାଶୀଘ୍ର୧୫୦୦ ଟଙ୍କା ପ୍ରଦାନ କରାଯିବା ପାଇଁ ଦାବି ରଖିଥିଲେ। ଏହି ସମସ୍ୟା ଗୁଡିକୁ ଯଥାଶୀଘ୍ର ପୂରଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୦୦୦ ଜଣଙ୍କ ସ୍ୱାକ୍ଷର ଥିବା ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅନୁପସ୍ଥିତିରେ ବ୍ଲକର ମୁଖ୍ୟ କିରାଣୀ ବିରେନ୍ଦ୍ର ରାୟଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମରେ ବ୍ଲକର ୨୨ଟି ପଞ୍ଚାୟତର ଏକ ହଜାର ରୁ ଊର୍ଦ୍ଧ୍ୱ ହିତାଧିକାରୀ  ଯୋଗଦେଇଥିଲେ ।

Leave A Reply