ଦେଶୀ ମଦ ଜବତ, ଦୁଇ ଗିରଫ

ତୁଷୁରା: ବଲାଙ୍ଗୀର ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ବୁଧବାର ୨୦ ଲିଟର ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିର କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଗୁଡ଼ଭେଲା ଗ୍ରାମର ବିଧିରାମ ଭୋଇ (୪୦) ଓ ସମରା ଗ୍ରାମର ଉପେନ୍ଦ୍ର ପୁଟା ‍(୪୫)।

ସୂଚନା ଅନୁଯାୟୀ, ବିଧିରାମଙ୍କ ଠାରୁ ୮ ଲିଟର ଓ ଉପେନ୍ଦ୍ରଙ୍କ ଠାରୁ ୧୨ ଲିଟର ଦେଶୀ ହାତ ରନ୍ଧା ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ  ଗିରଫ କରି କୋର୍ଟ ଚାଳାଣ କରାଯାଇଛି। ଏ ନେଇ ତୁଷୁରା ଅବକାରୀ ଥାନା କେଶ ନଂ.୫୧ ଓ ୫୧/୧୯-୨୦ରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଥିବା ତୁଷୁରା ଅବକାରୀ ଥାନା ଅଧିକାରୀ ଅରୁଣ କୁମାର ଯୋଷୀ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏଏସଆଇ ଜୟନାରାୟଣ ଯୋଷୀ,କନେଷ୍ଠବଳ ସୁରେଶ ଭୋଇ,ଦେର୍ବାଚନ ଭୁଏ ସାମିଲ ଥିଲେ।

Comments are closed.