ମହିଳାଙ୍କୁ ଏଏସଆଇଙ୍କ ବଳାତ୍କାର ପ୍ରସଙ୍ଗ : ଜେଲ ଗଲେ ଚିତ୍ତ ରଞ୍ଜନ ଦାସ

ବଳଙ୍ଗା : ଶେଷରେ ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି। ଜଣେ ବିବାହିତା ମହିଳାଙ୍କୁ ପାରିବାରିକ ମାମଲାରେ ସାହାଯ୍ୟ କରିବା ଆଳରେ ବଳାତ୍କାର କରିଥିବା ଅଭିଯୋଗରେ ବଳଙ୍ଗା ପୁଲିସ ୨/୨୦ ରେ ମାମଲା ରୁଜ୍ଜୁ କରିବା ସହିତ ତଦନ୍ତ ପୁର୍ବକ ଗିରଫ କରି ନିଲମ୍ବିତ କରିଥିଲେ। ସମ୍ପୃକ୍ତ ଏଏସଆଇଙ୍କୁ ଶନିବାର ନିମାପଡ଼ା ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ସେଠାରେ  ଜାମିନ ନାମଞ୍ଜୁର ହେବାରୁ ଚିତ୍ତରଞ୍ଜନକୁ ନିମାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି।

ତେବେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି।  ଏହାପୂର୍ବରୁ ଏଏସଆଇ ମହିଳାଙ୍କୁ ବଳାତ୍କାର କରିନାହିଁନ୍ତି ବରଂ ଏକ ପୂର୍ବ ଘଟଣାର ପ୍ରତିଶୋଧ ନେବା ପାଇଁ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ପୁରୀ ଏସପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କ ସହ ବଳାତ୍କାର ହୋଇଥିବା ପୀଡିତା ମହିଳା ଜଣଙ୍କ କହିଛନ୍ତି।

ଶୁକ୍ରବାର ପୀଡିତା ଜଣଙ୍କ ଡାକ୍ତରୀ ମାଇନା ପାଇଁ ମନା କରିବା ପରେ ତାଙ୍କ ବୟାନକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତା ବୟାନ ବଦଳାଇଥିଲେ। ଏଏସଆଇ ଚିତ୍ତରଞ୍ଜନ ଦାସ ତାଙ୍କ ସହ ଦୁଷ୍କର୍ମ କରିନାହାନ୍ତି ବୋଲି ସେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଥିଲେ।

ସୂଚନା ଅନୁଯାୟୀ,  ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କ ବିରୁଦ୍ଧରେ ଜଣେ ବିବାହିତା ମହିଳା ପିପିଲି ଏସ୍‍ଡିପିଓଙ୍କ ନିକଟରେ ବଳାତ୍କାର ଅଭିଯୋଗ କରିଥିଲେ। ଉକ୍ତ ମହିଳାଙ୍କୁ ୩ମାସ ତଳେ ନିଜ ଭଡା ଘର ମଧ୍ୟରେ ପୁଲିସ ଏଏସ୍‍ଆଇ ଜଣକ ବଳାତ୍କାର କରିବା ସହ ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

 

Comments are closed.