ପିଆର୍ ହାଇସ୍କୁଲରେ ପକସୋ ଆଇନ ସଚେତନତା ଶିବିର

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ନ୍ୟାୟାଧିଶ ଶ୍ରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ବଅସରରେ ନ୍ୟାୟାଧିଶ ଶ୍ରୀ ମହାପାତ୍ର ପକସୋ ଆଇନ ସଂପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।

 

ବର୍ତ୍ତମାନ ସମୟରେ ପକସୋ ଅପରାଧରେ ଗିରଫ ହୋଇଥିବା ଅପରାଧୀ ଉପଯୁକ୍ତ ଦଣ୍ଡବିଧାନ ପାଇଁ ବିଭିନ୍ନ ବିଭାଗର ଉତ୍ତର ଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ। ଏଭଳି ଅପରାଧୀଙ୍କୁ କିଭଳି କଠୋର ଦଣ୍ଡ ଦିଆଯାଇପାରିବ ସେଥିପାଇଁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଏହାସହିତ ପକସୋ ସଂପର୍କିତ ବିଭିନ୍ନ ଆଇନ ସଂପର୍କରେ ଉପସ୍ଥିତ ଥିବା ବିଦ୍ୟାର୍ଥୀମାନଙ୍କୁ ସାବାଳକ ଢଙ୍ଗରେ ଅବଗତ କରାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଛୋଟ ଛୋଟ ପିଲାମାନେ କିଭଳି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ତଥ୍ୟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ସଚେତନ କରାଇବା ପାଇଁ ନିଆଯାଇଥିବା ବିଭିନ୍ନ ପ୍ରୟାସ ସଂପର୍କରେ ଆଲୋକପାତ କରିଥିଲେ। ଏହାପରେ ପ୍ରାଧିକରଣର ବିଜୟ ପାତ୍ର ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ମାଗଣା ଆଇନ ସେବା ସଂପର୍କରେ ଆଲୋଚନା କରି ମାଗଣା ଓକିଲ ନିଯୁକ୍ତି, ରାଷ୍ଟ୍ରୀୟ ଲୋକ ଅଦାଲତ, ପୀଡ଼ିତା ସହାୟତା ରାଶି ସହିତ ମଧ୍ୟସ୍ଥା ମାଧ୍ୟମରେ କିଭଳି ବିନା ସମସ୍ୟା ସମାଧାନ କରାଯାଇପାରୁଛି ସେ ବିଷୟରେ କହିଥିଲେ।

Comments are closed.