ରିଲିଜ ହେଲା “ବାଲା”ର ଟ୍ରେଲର, ଚନ୍ଦା ଭୂମିକାରେ ନଜର ଆସିଲେ ଆୟୁଷ୍ମାନ

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର “ବାଲା”ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଚନ୍ଦା ଚରିତ୍ରରେ ଦେଖିବାକୁ ମିଳିଛି। ଏଥିରେ ଆୟୁଷ୍ମାନଙ୍କ ବ୍ୟତୀତ ୟାମି ଗୌତମ ଓ ଭୂମି ପଡନେକର ମୁଖ୍ୟ ଭୂମିକାରେ ନଜର ଆସିବେ। “ବାଲା”ର ଟ୍ରେଲର ରିଲିଜ ହେବାମାତ୍ରେ ଦର୍ଶକାମନେ ଏହାକୁ ବେଶ୍ ପସନ୍ଦ କରୁଥିବା ଦେଖାଯାଇଛି। ଚନ୍ଦା ସମସ୍ୟା ଏବଂ ଏହାକୁ ନେଇ ସମାଜର ଚିନ୍ତାଧାରା ଉପରେ ଏହି ସିନେମା ନିର୍ମାଣ କରାଯାଇଛି। ଆସନ୍ତା ମାସ ନଭେମ୍ବର ୭ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Comments are closed.