ବଳିଦାନର ପର୍ବ ବକ୍ରିଦ୍

ଇସଲାମ ଧର୍ମର କେତେଗୁଡିଏ ପର୍ବ ମଧ୍ୟରୁ ବକ୍ରିଦ୍ ଅନ୍ୟତମ । ମୁସଲମାନ ଧର୍ମରେ ଏହି ପର୍ବକୁ ଉତ୍ସବ ପରି ପାଳନ କରିବା ହେଉଛି ଏକ ପ୍ରଥା। ପବିତ୍ର ରମଜାନ ମାସ ଶେଷ ହେବାର ପ୍ରାୟ ୪୦ ଦିନ ପରେ ଏହା ପାଳନ କରାଯାଏ। ସାଧାରଣତଃ ଏହାକୁ ବଳିଦାନର ପର୍ବ ମଧ୍ୟ କୁହାଯାଏ। ଇସଲାମ କ୍ୟାଲେଣ୍ଡରରେ ଏହାକୁ ଇଦ୍-ଉଲ-ଅଜହା ନାମରେ ଜଣାଯାଇଥାଏ। ଚଳିତ ବଷର୍ର୍ ମୁସଲିମ ଭାଇ-ଭଉଣୀମାନଙ୍କର ଏହି ପବିତ୍ର ପର୍ବ ଜୁଲାଇ ୩୧ରେ ପଡୁଥିବାବେଳେ କରୋନା ମହାମାରୀ କାରଣରୁ ଅନ୍ୟ ପର୍ବଗୁଡିକ ପରି ଏହି ପର୍ବ ମଧ୍ୟ ଫିକା ପଡିଯିବ। ଏହି ପର୍ବରେ ମୁସଲିମ୍ ଧର୍ମାବଲମ୍ବୀମାନେ ବକରି(ଛେଳି)ର ବଳି ଦେଇ ବକ୍ରିଦ୍ ପର୍ବ ପାଳନ କରିଥାନ୍ତି।

Comments are closed.