ବକ୍ରିଦ ପଛର କାହାଣୀ ଓ ବଳିଦାନର ପ୍ରକୃତ ଅର୍ଥ

ମାନ୍ୟତା ଅନୁଯାୟୀ, ବଳିଦାନର ପ୍ରକୃତ ଅର୍ଥ ହେଉଛି ନିଜ ପ୍ରିୟ ଜିନିଷ ପ୍ରତି ଲୋଭ ନରଖି ତାହାକୁ ଦାନ କରିବା। ମାତ୍ର ଏହି ବକ୍ରିଦ୍ କୁ ନେଇ ଏକ କାହାଣୀ ରହିଛି। ଜାଣନ୍ତୁ….
ଇସଲାମ ଅନୁଯାୟୀ, ଏକଦା ଅଲ୍ଲା ହଜରତ ଇବ୍ରାହିମଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ଓ ଇବ୍ରାହିମଙ୍କୁ କହିଲେ ତାଙ୍କର ସବୁଠାରୁ ପ୍ରିୟ ଜିନିଷକୁ ତ୍ୟାଗ ବା ବଳିଦାନ ଦେବାକୁ। ଏହାପରେ ଇବ୍ରାହିମ ଚିନ୍ତା କଲେ ତାଙ୍କୁ ତ ସବୁଠାରୁ ପ୍ରିୟ ତାଙ୍କର ପୁତ୍ର। ତେଣୁ ସେ ନିଜ ପୁତ୍ରକୁ ବଳିଦାନ ଦେବାକୁ ଠିକ କଲେ। ବଳିଦାନ ଦେବା ସମୟରେ ସେ କାଳେ ମୋହର ବଶବର୍ତୀ ହୋଇଯିବେ ଏହି କାରଣରୁ ସେ ବଳିଦେବା ସମୟରେ ନିଜ ଚକ୍ଷୁରେ ପଟି ବାନ୍ଧିଦେଲେ। ମାତ୍ର ବଳିଦାନ ଦେବା ପରେ ସେ ଯେତେବେଳେ ନିଜ ଆଖିରୁ ପଟି କାଢିଲେ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ପୁତ୍ର ଜୀବିତ ଥିଲେ। ଓ ସେଠାରେ ଏକ (ଛେଳି ବା ମେଣ୍ଢା ) ଭଳି ପଶୁ ପଡ଼ିରହିଥିଲା। ସେବେ ଠାରୁ ଛେଳି ବଳିଦାନ ଦେବାର ପ୍ରର୍ଥା ଚାଲୁରହିଛି ବୋଲି କୁହାଯାଇଛି।

Comments are closed.