ଜାଣନ୍ତୁ ; ବକ୍ରିଦ୍ ଓ ଇଦ- ଉଲ- ଫିତ୍ର

ଇସଲାମ ଧର୍ମରେ ପ୍ରତ୍ୟେକ ବର୍ଷ ୨ଟି ଇଦ ପାଳନ କରାଯାଏ। ଗୋଟିଏ ଇଦ- ଉଲ- ଫିତ୍ର ଓ ଅନ୍ୟଟି ଇଦ-ଉଲ- ଅଜହା ଅର୍ଥାତ ବକ୍ରିଦ। ଇଦ-ଉଲ-ଫିତ୍ରରେ ଲୋକେ ନିଜ ଘରେ ସିମେଇ (ଲଛା) ପ୍ରସ୍ତୁତ କରନ୍ତି। ବକ୍ରିଦରେ ଛେଳି , ଓଟ ଆଦିର ବଳି ଦିଆଯାଇଥାଏ। ବକ୍ରିଦ, ଇଦ-ଉଲ-ଫିତ୍ରର ୭୦ ଦିନପରେ ଆସିଥାଏ।
ବକ୍ରିଦର କିଛି ଦିନ ପୂର୍ବରୁ ହିଁ ଲୋକେ ଛେଳି କିଣି ଘରକୁ ଆଣନ୍ତି। ବକ୍ରିଦ ଦିନ ଏହାକୁ ବଳିଦାନ ଦେଇଥାଆନ୍ତି। ଏହି ଦିନ ଲୋକେ ନିଜର ସକ୍ଷମ ଅନୁଯାୟୀ ଏହାକୁ ପାଳନ କରିଥାଆନ୍ତି। ଇସଲାମରେ କୁହାଯାଇଛି, କୌଣସି ପର୍ବ ପାଳନ କରିବା ସମୟରେ ଏକ କଥା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ଯେପରି ତାଙ୍କ ପଡ଼ୋଶୀ ଘରେ ମଧ୍ୟ ସେତିକି ହର୍ଷଉଲ୍ଲାସର ସହ ପାଳନ କରାଯାଉଥିବ।

Comments are closed.