ଜଳିଗଲା ଦୋକାନ ; କୋଟିଏରୁ ଅଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

ବାଲେଶ୍ୱର : ବିଳମ୍ବିତ ରାତିରେ ଜଳିଗଲା ୧ କୋଟିରୁ ଅଧିକ ଟଙ୍କାର ସମ୍ପତି । ଗତକାଲି ବିଳମ୍ବିତ ରାତିରେ ସୋର ବ୍ଲକ ପାଖର ଛକରେ ଏଭଳି ଏକ ଅଘଟଣ ଘଟିଛି। ପ୍ରଥମେ ନିଆଁ ସର୍ଟ ସର୍କିଟ ଯୋଗୁ ଲାଗିବା ପରେ ଜଳଖିଆ ଦୋକାନରେ ଥିବା ଦୁଇଟି ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜୋର ଶବ୍ଦ କରି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରି ନିଆଁ ଆୟତ୍ତ କରିଥିଲେ। ମାତ୍ର ନିଆଁ ଖୁବ ଜୋରରେ ବ୍ୟାପି ଯାଇ ପ୍ରାୟ  ରାତି ଦୁଇଟାରୁ ରାତି ସାଢେ ଚାରିଟା ପର୍ୟ୍ୟନ୍ତ ନିଆଁର ପ୍ରଭାବ ରହିଥିଲା। ସୋରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ଯୋଗ୍ୟ ଛକରେ ଥିବା ବସନ୍ତ ପାଣିଗ୍ରାହୀଙ୍କ ତେଜରାତି ଓ ଭେରାଇଟି ଦୋକାନରେ ନିଆଁ ଲାଗି ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଜଳଖିଆ ଦୋକାନ, ପରିବା ଓ ପାନ ଦୋକାନ ପୋଡି ପାଉଁଶ ହୋଇଯାଇଛି । ନିକଟରେ ଥିବା ଆଠଟି ଜଳଖିଆ ଦୋକାନ ଜଳିଯାଇଛି । ଜଳଖିଆ ଦୋକାନରେ ଜଣେ କର୍ମଚାରୀ ଶୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Comments are closed.