ଦେଶୀ ପିସ୍ତଲ ଜବତ; ବଜରଙ୍ଗ ଦଳ ନେତା ରାଜୁ ସିଂହ ଗିରଫ

ରାଉରକେଲା:  ବଜରଙ୍ଗ ଦଳର କ୍ଷେତ୍ରୀୟ ପ୍ରମୁଖ ରାଜୁ ସିଂହଙ୍କୁ ଗିରଫ କରିଛି ସେକ୍ଟର ୩ ଥାନା ପୁଲିସ । ବେଆଇନ ଆଗ୍ନେୟାସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ଓ ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ରାଜୁଙ୍କ ନିକଟରେ ଅବୈଧ ଆଗ୍ନେୟାସ୍ତ୍ର ଥିବା ଖବର ପାଇ ପୁଲିସ କୋଏଲନଗରସ୍ଥିତ ତାଙ୍କ ଘର ଉପରେ ଚଢ଼ଉ କରିଥିଲା । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ସମୟରେ ବହୁ ସଂଖ୍ୟାରେ ବଜରଙ୍ଗ ଦଳ କର୍ମୀ ସେଠାରେ ଉପସ୍ଥିତ ଥିଲେ ।

Comments are closed.