ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କରିଥିବା ଏଆଇଏମ୍‍ଆଇଏମ୍‍ ନେତାଙ୍କୁ ଜେଲ୍‍

0

ମୁମ୍ବଇ : ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କରିଥିବା ଏଆଇଏମ୍‍ଆଇଏମ୍‍ର ଜଣେ ନେତାଙ୍କୁ ନିଶା କାରବାର ସମେତ ବିଭିନ୍ନ ଅଭିଯୋଗରେ ଗିରଫ କରି ଜେଲ୍‍ ପଠାଯାଇଛି। ଔରଙ୍ଗାବାଦ କର୍ପୋରେଟର ସୟଦ ମାଟିନ୍‍ ସୟଦ ରଶିଦ୍‍ ନାମକ ଏହି ବ୍ୟକ୍ତିଙ୍କ ବିରୋଧରେ ମହାରାଷ୍ଟ୍ର ବିପଦପୂର୍ଣ୍ଣ କାର୍ଯ୍ୟକଳାପ ନିରୋଧ ଆଇନ (ଏମ୍‍ପିଡିଏ) ଅଧୀନରେ ମଦ ଓ ନିଶାଦ୍ରବ୍ୟ କାରବାର ଅଭିଯୋଗ ଆସିଥିଲା। ତାଙ୍କୁ ଏକବର୍ଷ ପାଇଁ ଜେଲ୍‍କୁ ପଠାଇ ଦିଆଯାଇଛି ବୋଲି ଇନ୍ସପେକ୍ଟର ଡି. ଏସ୍‍. ଶିଙ୍ଗାରେ କହିଛନ୍ତି। ଅଗଷ୍ଟ ୧୭ରେ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଜ୍ଞାପନ ନେଇ ଏକ ସଂକଳ୍ପନାମାକୁ ସୟଦ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ବିଜେପିର କିଛି କର୍ପୋରେଟର ତାଙ୍କୁ ମାଡ଼ ମାରିଥିଲେ। ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ଅଭିଯୋଗ ଅଣାଯାଇଥିଲା। ପୁଲିସ ତାଙ୍କୁ ଗିରଫ କରି ହର୍ସୁଲ କାରାଗାରକୁ ପଠାଇଥିଲା। ସେହିଦିନ ଏମ୍‍ପିଡିଏ ଅନୁଯାୟୀ ପୁଲିସ କମିସନର ତାଙ୍କୁ ଜେଲ୍‍କୁ ପଠାଇବାକୁ ନିର୍ଦେଶ ଦେଇଥିଲେ ବୋଲି ଶିଙ୍ଗାରେ କହିଛନ୍ତି।

Leave A Reply