ପାଠ୍ୟପୁସ୍ତକରେ ସ୍ଥାନ ପାଇବେ ବାଜପେୟୀ

0

ଜୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇବ ବୋଲି ରାଜସ୍ଥାନ ସରକାର ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଦେଶର ବରପୁତ୍ର ଓ ବୀରମାନଙ୍କ ସମ୍ବନ୍ଧରେ ସୂଚିତ କରିବା ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରୀତି ଭାବ ଜାଗ୍ରତ କରାଇବାରେ ସହାୟକ ପାଇଁ ରାଜ୍ୟ ସରକାର ଅନେକ ମହାପୁରୁଷଙ୍କ ଜୀବନୀ ପାଠ୍ୟପୁ୍‍ସ୍ତକରେ ସ୍ଥାନ ଦେଇଛନ୍ତି। ପୂର୍ବରୁ ଆରଏସଏସ୍‍ ପ୍ରତିଷ୍ଠାତା ବୀର ସାୱରକର, ବିଜେପି ପ୍ରତିଷ୍ଠତା ଦୀନ ଦୟାଲ୍‍ ଉପାଧ୍ୟାୟଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି। ସେହିପରି ଏକାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ପ୍ରଧାନମନ୍ତ୍ରୀ ସମ୍ପର୍କିତ ବିଷୟରେ ୨୦୧୫-୧୬ରେ ବାଜପେୟୀଙ୍କ ସମ୍ପର୍କରେ ତିନିଟି ଅନୁଚ୍ଛେଦ ଯୋଡ଼ା ଯାଇଥିଲା।
ଏ ସମ୍ପର୍କରେ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ବାସୁଦେବ ଦେବନାନି କହିଛନ୍ତି ଯେ ସାମ୍ପ୍ରତିକ ସ୍ଥିତିରେ ଅନ୍ୟ ନେତାଙ୍କ ସହିତ ବାଜପେୟୀଙ୍କ ତୁଳନା ଅସମ୍ଭବ। ତେଣୁ ତାଙ୍କ ଜୀବନୀ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିପାରିବ। କେଉଁ ଶ୍ରେଣୀରେ ବାଜପେୟୀଙ୍କ ଜୀବନୀ ସ୍ଥାନ ପାଇବ ତାହା ନିର୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ ତାଙ୍କ ସ୍କୁଲ୍‍ ଜୀବନରୁ ଜରୁରୀକାଳୀନ ପରିସ୍ଥିତି, ଆଣବିକ ପରୀକ୍ଷଣ, କାରଗିଲ୍‍ ଯୁଦ୍ଧ, ବିଶ୍ୱ ରାଜନୀତିରେ ପ୍ରଭାବ ସମ୍ପର୍କରେ ସେଥିରେ ଉଲ୍ଲେଖ ରହିବ ବୋଲି ଜଣାପଡ଼ିଛି।

Leave A Reply