MEllora 950×100

ଆସିଲା ‘ବଜାଜ୍‌ ସିଟି ୧୨୫’ ବାଇକ୍‌; ସୁନ୍ଦର ମଡେଲ ସାଙ୍ଗକୁ ମାଇଲେଜ ଦେବ ୯୦ କିମି

ନୂଆଦିଲ୍ଲୀ; ବଜାଜ ତାର ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ନେଇ ଆସିଛି । ଏଣିକି ବଜାରକୁ ଆସୁଛି ବଜାଜର ନୂଆ ମଡେଲ ବାଇକ୍‌ ‘ବଜାଜ୍‌ ସିଟି ୧୨୫’ । ସୁନ୍ଦର ଡିଜାଇନ୍‌ ସହ ଭଲ ମାଇଲେଜ ରହିଛି ଏହି ନୂଆ ବାଇକରେ । କମ୍ପାନୀ ପକ୍ଷରୁ ଏହି ବାଇକରେ ଆଡଭାନ୍ସ ଫିଚର୍ସ ଦିଆଯାଇଛି । ତାହା ସହ ଏହାର ଡିଜାଇନ୍‌ ସମ୍ପୂର୍ଣ୍ଣ ଭାବେ ସିମ୍ପଲ ରହିଛି । ବାଇକର ସିଟ ଲମ୍ବା ରହିଥିବା ବେଳେ, ଯାହା ଗ୍ରାହକ ମାନଙ୍କୁ ବେଶ ପସନ୍ଦ ଆସିବ । ଖାଲି ସେତିକି ନୁହେଁ ‘ବଜାଜ୍‌ ସିଟି ୧୨୫’ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ ।

‘ବଜାଜ୍‌ ସିଟି ୧୨୫’ ବାଇକ୍‌ ୯୯.୨୭ ସିସି ରହିଛି । ଏହା ୪ ଷ୍ଟ୍ରେକ୍‌ ଇଞ୍ଜିନ୍‌ । ଏହି ଇଞ୍ଜିନ୍‌ ୮ଏଚପି ଇଞ୍ଜିନ୍‌ ଓ ୮.୩୪ଏନଏମ୍‌ ଟର୍କ ଜେନେରେଟର ରହିଛି । ଏହା ଘଣ୍ଟା ପ୍ରତି ୯୦ କିମି ଯାଇପାରିବ । ସବୁଠାରୁ ବଡ଼ କଥା ହେଉଛି ‘ବଜାଜ୍‌ ସିଟି ୧୨୫’ ଗୋଟିଏ ଲିଟର ପେଟ୍ରୋଲରେ ୯୦ କିମି ଯାଏଁ ଚାଲିପାରିବ ।

ଯାହାକି ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର । ସୁନ୍ଦର ମାଇଲେଜ କାରଣରୁ ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି ଏହି ବାଇକ୍‌ ।  ଏହି ନୂତନ ବାଇକରେ ୪ଷ୍ଟ୍ରୋକ୍‌ ଗିୟର ରହିଛି । ତାହାସହ ଏଥିରେ ୟୁସିବି ଚାର୍ଜର ମଧ୍ୟ ବ୍ୟବସ୍ଥା କରିଛି କମ୍ପାନୀ ।

Comments are closed.