ବାଜାଜ ଅଟୋର ନୂଆ ଇଲେକ୍ଟ୍ରିକ ସ୍କୁଟର ‘ଚେତକ’ର ବଜାର ପ୍ରବେଶ

ନୂଆଦିଲ୍ଲୀ:  ବାଜାଜ ଅଟୋର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବୁଧବାର ବଜାରରେ ପ୍ରବେଶ କରିଛି । ଏହାର ନାମ  ‘ଚେତକ ଚିକ୍’ ରଖାଯାଇଛି । ଏହାକୁ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଛି । ବଜାଜ କମ୍ପାନୀ ତାର ପ୍ରଥମ ଇଲେଟ୍ରିକ  ସ୍କୁଟର ବ଼ଜାରକୁ ଛାଡ଼ିଥିବାରୁ ବେସ ଉତ୍ସାହିତ ଥିବା ଜଣାପଡ଼ିଛି ।

ସୂଚାନା ଅନୁଯାୟୀ, ଏଥିରେ ୨ଟି ଡ୍ରାଇବ ମୋଡ ଇକୋ ଏବଂ ସ୍ପୋର୍ଟସ ରଖାଯାଇଛି । ଇକୋ ମୋଡ଼ରେ ୯୫ କି.ମି ଯାଉଥିବାବେଳେ ସ୍ପୋର୍ଟସ ମୋଡ଼ରେ ୮୫କି.ମି ଯିବ ବୋଲି ଜଣାପଡ଼ିଛି । ଏହାସହ ଏଥିରେ ଅନେକ ଫିଚର୍ସ ଦିଆଯାଇଛି । ଏଥିରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ ସହ ସ୍ପିଡ଼ୋମିଟର ଲଗାଯାଇଛି । ଏହାକୁ ଘରେ ମଧ୍ୟ ଚାର୍ଜ କରିବା ପାଇଁ ସୁବିଧ ରଖାଯାଇଛି । ଗ୍ରାହାକଙ୍କ ପାଇଁ ଏହା ବଜାରରେ ୬ଟି କଲରରେ ଉପଲବ୍ଧ ହେବ ।

Comments are closed.