ଆସିଲା ବଜାଜ୍‍ର ଆକର୍ଷଣୀୟ ଅଫର

0

ନୂଆଦିଲ୍ଲୀ : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବଜାଜ୍‍ ଅଟୋମୋବାଇଲ କମ୍ପାନୀ ନିଜର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଆରମ୍ଭ କରିଛି। ଏହି ଅଫରର ନାମ କମ୍ପାନୀ ‘୫-୫-୫’ ରଖିଛି। ଯାହା ପାଞ୍ଚଟି ମୁକ୍ତ ସର୍ଭିସ୍‍, ପାଞ୍ଚଟି ଇଂସ୍ୟୁରାନ୍ସ ଓ ପାଞ୍ଚ ବର୍ଷ ୱାରେଣ୍ଟି ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ ବଜାଜ୍‍ ପଲସର୍‍ ରେଞ୍ଜରେ ୯,୮୦୦ ଟଙ୍କା, ଭି ରେଞ୍ଜରେ ୫,୨୦୦ ଟଙ୍କା, ଡିସ୍କୋଭରରେ ୪,୮୦୦ଟଙ୍କା, ପ୍ଲାଣ୍ଟିନାରେ ୪,୧୦୦ଟଙ୍କା ଗ୍ରାହକମାନେ ରିଆତି ପାଇପାରିବେ। ଗ୍ରାହକମାନଙ୍କୁ ଆକୃଷ୍ଟ କରିବାପାଇଁ ଏବଂ ନିଜର ବ୍ୟବସାୟ ବୃଦ୍ଧି କରିବାପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି। ସେହିପରି ବଜାଜ୍‍ ପଲସର୍‍ରେ ପାଞ୍ଚବର୍ଷ ଇନସ୍ୟୁରେନ୍ସ ଯୋଜନା କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ଆସାମରେ ଏହା ବୈଧ ରହିଛି। ଅନ୍ୟ ରାଜ୍ୟ ମାନଙ୍କରେ ବଜାଜ୍‍ର ଅନ୍ୟ ମଡେଲ ଉପରେ ସୁବିଧା ଦିଆଯାଇଛି। ଆକର୍ଷଣୀୟ ଅଫର ପ୍ରଦାନ କରି ଗ୍ରାହକ ମାନଙ୍କୁ ଆକୁଷ୍ଟ କରିବାକୁ କମ୍ପାନୀ ଚେଷ୍ଟା କରିଛି।

Leave A Reply