ବଜାଜ କରିବ ବୈଦ୍ୟୁତିକ ଯାନ କାରଖାନା, ନିଯୁକ୍ତି ପାଇବେ ୮ଶହ

ନୂଆଦିଲ୍ଲୀ: ବଜାଜ ଆଣୁଛି ଖୁସି ଖବର । ବୈଦ୍ୟୁତିକ ଯାନ କାରଖାନା ପ୍ରତିଷ୍ଠା କରିବା ସହ ଲୋକଙ୍କୁ ଦେବ ନିଯୁକ୍ତି। ଏଥିପାଇଁ ପ୍ରାୟ ୩ଶହ କୋଟି ଟଙ୍କା ଖର୍ଚ୍ଚ କରିବ କମ୍ପାନୀ । ଯାହାଦ୍ୱରା ପାଖାପାଖି ୮ଶହ ଲୋକ ନିଯୁକ୍ତି ପାଇପାରିବେ । କମ୍ପାନୀର ସୂଚନା ଅନୁଯାୟୀ, ଏଥିଲାଗି ପ୍ରାୟ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ । ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ ଗାଡ଼ି ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଗ୍ରାହକଙ୍କ ଚାହିଦା ଅନୁଯାୟୀ କମ୍ପାନୀଗୁଡିକ ନୂତନ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବେ ।

ବଜାଜ ଅଟୋ ଲିମିଟେଡ୍ ପୁଣେର ଆକୁର୍ଡିରେ ବୈଦ୍ୟୁତିକ ଯାନ ଉତ୍ପାଦନ ପାଇଁ ଏକ କାରଖାନା ନିର୍ମାଣ କରୁଛି । ଏହି କାରଖାନା ନିର୍ମାଣ ପାଇଁ ୩୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି । କମ୍ପାନୀ ମଧ୍ୟ ଏଠାରେ ନିର୍ମିତ ହେବାକୁ ଥିବା ଯାନକୁ ରପ୍ତାନି କରିବ । ଏହି ୟୁନିଟରେ ବ୍ୟାଟେରୀର ବିକାଶ କାର୍ୟ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏ ନେଇ କୌଣସି ସୂଚନା ଦେଇ ନାହିଁ ।

ବୈଦ୍ୟୁତିକ ଯାନ କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ପ୍ରାୟ ୮୦୦ ଲୋକ ନିଯୁକ୍ତି ପାଇବେ । ଯାହା ଦ୍ୱାରା ହଜାର ହଜାର ଲୋକ ଉପକୃତ ହେବେ । ଏନେଇ ବଜାଜ କହିଛି ଏହି ପ୍ଲାଣ୍ଟ ଆସନ୍ତା ବର୍ଷ ୨୦୨୨ରେ ଆରମ୍ଭ ହେବ । ବଜାଜର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ କହିଛନ୍ତି, ବର୍ତ୍ତମାନ ପାଇଁ ସହରଗୁଡ଼ିକରେ ବୈଦ୍ୟୁତିକ ଯାନ ଗଡ଼ିବାର ସମୟ ଆସିଛି । ଖୁବଶୀଘ୍ର ଏହି କାର୍ଯ୍ୟ କରାଯିବ ।

Comments are closed.