ବିପଦ ସଙ୍କେତ ଉପରେ ବୈତରଣୀ

0

ଧାମନଗର: ସାମୁଦ୍ରିକ ବାତ୍ୟା ‘ତିତଲି’ ପ୍ରଭାବରେ ପୁଣି ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି । ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ଶୁକ୍ରବାର ବିଳମ୍ବିତ ରାତିରେ ୧୨ଟାରେ ବନ୍ୟା ଜଳ ବିପଦ ସଙ୍କେତ ଛୁଇଁଥିଲା । ଶନିବାର ଏହା କମ୍ରଶଃ ବୃଦ୍ଧି ପାଇଁ ପୂର୍ବାହ୍ନ ୧୦ଟା ବେଳକୁ ସେଠାରେ ବନ୍ୟା ଜଳ ବିପଦ ସଙ୍କେତ ଉର୍ଦ୍ଧ୍ବ ଅର୍ଥାତ ୧୮.୦୧ ମିଟରରେ ପ୍ରଭାବିତ ହୋଇଛି । ତେବେ  ନଦୀର ଉପରମୁଣ୍ଡ ଚମ୍ପୁଆଠାରେ ୧୯.୮ ମିମି, ଠାକୁର ମୁଣ୍ଡା​‌ରେ ୯୩.୦ ମିମି, କେନ୍ଦୁଝରରେ ୪୩.୮ ମିମି, ସୋମପାଟଣାରେ ୬୨.୨ ମିମି, ଆନନ୍ଦପୁରରେ ୭୭.୬ ମିମି ଓ ଆଖୁଆପଦାରେ ୨୭.୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ବର୍ଷା ଜଳ ଯୋଗୁଁ ବୈତରଣୀ ନଦୀର ଜଳସ୍ତର ଅଧିକ ବୃଦ୍ଧି ପାଇବ ବୋଲି ଜଳ ସଂପଦ ବିଭାଗ ସୂଚନା ଦେଇଛି ।

Leave A Reply